ଅଳ୍ପକେ ବର୍ତ୍ତିଲେ କେରଳ ରାଜ୍ୟପାଳ: ଦ୍ରୁତ ଗତିରେ ଆସି ରାଜ୍ୟପାଳଙ୍କ କନଭୟକୁ ଧକ୍କା ଦେଲା କାର, ୨ ଗିରଫ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଅଳ୍ପକେ ବର୍ତ୍ତିଲେ କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଦ୍ରୁତ ଗତିରେ ଆଉ ଏକ କାର୍ ଆସି ତାଙ୍କ କନଭୟକୁ ଧକ୍କା ଦେଇଛି। ଏଥିରେ ଯଦିଓ ରାଜ୍ୟାପାଳଙ୍କର କୌଣସି କ୍ଷତି ଘଟି ନାହିଁ ତେବେ ସୁରକ୍ଷାରେ ତ୍ରୁଟି ନେଇ ପ୍ରଶ୍ନ ଉଠିଛି।

ଆରିଫ ମହମ୍ମଦ ଖାନ୍ ନୋଏଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରୁଥିବା ବେଳେ ଶୁକ୍ରବାର ରାତିରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ନିଶାଶକ୍ତ ଅବସ୍ଥାରେ କାର୍‌ ଚଳାଉଥିଲେ ବୋଲି ୟୁପି ପୁଲିସ କହିଛି।

ଏହି ଦୁଇ ଅଭିଯୁକ୍ତ ଗାଜିଆବାଦର ବାସିନ୍ଦା ଗୌରବ ସୋଲଙ୍କି ଏବଂ ମୋନୁ କୁମାର ବୋଲି ଜଣାପଡିଛି। ଆରିଫ ମହମ୍ମଦ ଖାନ ସେକ୍ଟର ୭୭ ରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୋଏଡାକୁ ଆସିଥିଲେ।

Related Posts