ଭୁବନେଶ୍ୱର,୨/୮(ସତ୍ୟପାଠ ବ୍ୟୁରୋ): କେରଳ ୱାୟନାଡରେ ଭୀଷଣ ବର୍ଷା ପରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୦୦ ଟପିଛି। ବର୍ତମାନ ସୁଦ୍ଧା ୩୦୮ ଜଣଙ୍କ ମୃତ୍ୟୁ ହେଲାଣି। ୧୩୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୨ ଶହରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ପ୍ରଭାବିତ ହୋଇଥିଲା।
ଏବେ ଯୁଦ୍ଧକାଳୀନ ଭିତରେ ମୃତଦେହ ଖୋଜା ଚାଲିଛି। ସେନା, ବାୟୁସେନା ଓ ନୌସେନାର ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତିନି ସେନା ବ୍ୟତୀତ ଏନଡିଆରଏଫ୍, ଡିଏସଜି ଓ ଏମ୍ଇଜି ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।





