ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୭ ତାରିଖରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି । ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ ଆସନ୍ତା ଶନିବାର ।
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ପାଇଁ ଯଜ୍ଞ ଓ ଚଣ୍ଡିପାଠ କରାଯିବ । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରୁ ବ୍ରାହ୍ମଣମାନେ ଏହି କାର୍ଯ୍ୟରେ ଯୋଗଦେବେ ।





