ୟୁନିଫର୍ମ ସିଭିଲ କୋଡକୁ ନେଇ ଜନସାଧାରଣଙ୍କ ମନ୍ତବ୍ୟ ରଖିବାର ଅବଧିକୁ ବଢାଇଲେ ଲ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ଜନସାଧାରଣଙ୍କ ମନ୍ତବ୍ୟ ଗ୍ରହଣର ସମୟ ସୀମା ବୃଦ୍ଧି କରିଛନ୍ତି ଲ କମିଶନ। ଶୁକ୍ରବାର ଅର୍ଥାତ ଜୁଲାଇ ୧୪ରେ ଏହାର ମତ ଗ୍ରହଣ ତାରିଖ ଶେଷ ହେଉଥିଲା । ଏହି ସମୟରେ ଆଇନ ଆୟୋଗ ଏହାର ତାରିଖ ଜୁଲାଇ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜୁନ୍ ୧୪ରେ ୟୁସିସି ଉପରେ ସଂଗଠନ ଏବଂ ଜନସାଧାରଣଙ୍କ ଠାରୁ ପ୍ରତିକ୍ରିୟା ଲୋଡିଥିଲେ ।

ସୂଚନା ଅନୁଯାୟୀ, ଲ କମିଶନ କହିଛନ୍ତି ଯେ ୟୁସିସି ପ୍ରସଙ୍ଗରେ ଜନସାଧାରଣଙ୍କ ତରଫରୁ ବହୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସମୟ ବଢ଼ାଇବା ସମ୍ବନ୍ଧରେ ବିଭିନ୍ନ ମହଲରୁ ମିଳିଥିବା ଅନେକ ଅନୁରୋଧକୁ ଦୃଷ୍ଟିରେ ରଖି ଲ କମିଶନ ଏହାକୁ ଦୁଇ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ସାର୍ବଜନୀନ ବିଜ୍ଞପ୍ତିରେ କୁହାଯାଇଛି ଯେ ଯେକୌଣସି ଆଗ୍ରହୀ ବ୍ୟକ୍ତି, ଅନୁଷ୍ଠାନ କିମ୍ବା ସଂଗଠନ ଜୁଲାଇ ୨୮ ପର୍ଯ୍ୟନ୍ତ ଆୟୋଗର ୱେବସାଇଟରେ ମନ୍ତବ୍ୟ ଦାଖଲ କରିପାରିବେ ।

ପ୍ରତିକ୍ରିୟା ଦାଖଲ ପାଇଁ ଶୁକ୍ରବାର ଶେଷ ଦିନ ହୋଇଥିଲାବେଳେ ଏହାକୁ ବୃଦ୍ଧି କରାଯାଇଥିଛି । ଗୁରୁବାର ପର୍ଯ୍ୟନ୍ତ ଲ କମିଶନ ଅନଲାଇନ୍ ମାଧ୍ୟମ ମାଧ୍ୟମରେ ୫୦ ଲକ୍ଷରୁ ଅଧିକ ମତାମତ ଗ୍ରହଣ କରିଥିଲେ । ଅନଲାଇନ୍ ଭ୍ୟୁଜ୍ ବ୍ୟତୀତ କମିଶନଙ୍କ ପାଖରେ ହାର୍ଡ କପିରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି ।

Related Posts