ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟା ମାମଲା; ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା ଆଜି ଓଡ଼ିଶା ହାଇକୋର୍ଟରେ ଏକ ନୂଆ ମୋଡ଼ ନେଇଛି। ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ।

ତେବେ ଆସନ୍ତା ମାର୍ଚ୍ଚ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଦିଗକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତା ଆବେଦନରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ମାର୍ଚ୍ଚ ୨୩ ତାରିଖରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ଘଟିଥିଲା।

Related Posts