ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ଗତକାଲି ତୈଳ ଦରକୁ କମ କରିଦେଇଛନ୍ତି । ବାସ ଏହା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଲା । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେର୍ଟ କରିଥିବାର ଦେଖିବାକୁ ମିଳିଛି । ତେବେ ସରକାର ଲୋକମାନଙ୍କୁ ବୋକା ବନାଇବା ଛାଡ଼ନ୍ତୁ ଓ ମୁଦ୍ରାସ୍ପୀତି ଦାଉରୁ ଲୋକମାନଙ୍କୁ ପ୍ରକୃତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ଏକ ଟୁଇଟ କରି ସେ ଲେଖିଛନ୍ତି ମେ ୧,୨୦୨୦ରେ ପେଟ୍ରୋଲ ଦର ୬୯ ଟଙ୍କା ଥିଲା । ମାର୍ଚ୍ଚ୧, ୨୦୨୨ରେ ତାହା ୯୫ ଟଙ୍କା ୪୦ ପଇସା ଥିବାବେଳେ ମେ ୧, ୨୦୨୨ରେ ତାହା ୧୦୫ ଟଙ୍କାକୁ ବୃଦ୍ଧି ପାଇଥିଲା । ଆଜି ମେ ୨୨ରେ ତାହା ୯୬ ଟଙ୍କା ୭୦ ପଇସାକୁ ହ୍ରାସ ପାଇଛି ।
କିନ୍ତୁ ଏବେ ପେଟ୍ରୋଲ ଦର ନିଜ ବିକାଶ ଦେଖିବ-ଦିନକୁ ୩୦ରୁ ୮୦ ପଇସା ମଧ୍ୟରେ ବଢିଚାଲିବ । ସେପଟେ ଶନିବାରଦିନ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳକ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରିଥିଲେ । ଏହା ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ ପାଇଥିଲା । ଏହା ଦ୍ବାରା ସରକାର ପ୍ରାୟ ୧ ଲକ୍ଷ କୋଟିର ରାଜସ୍ବ ହରାଇବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୯ କୋଟି ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସୀଡି ବାବଦରେ ଘୋଷଣା କରାଯାଇଥିଲା । ଏହା ଦ୍ବାରା ସରକାର ୬୧୦୦ କୋଟି ଟଙ୍କାର ରାଜସ୍ବ ହରାଇବେ ।





