୧୩୦ ପୁଲିସକର୍ମୀ ଉପସ୍ଥିତ ଥିବା ସତ୍ତ୍ୱେ କିପରି କେଜ୍ରିୱାଲଙ୍କ ବାସଭବନ ନିକଟରେ ପହଞ୍ଚିଲେ ବିଜେପିକର୍ମୀ ଆସନ୍ତୁ ଜାଣିବା..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ହୋଇଥିବା ଭଙ୍ଗାରୁଜା ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯାଉଛି ଯେଉଁଥିରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ୧୫-୨୦ ସଦସ୍ୟ ସେମାନଙ୍କ ଜାତୀୟ ସଭାପତି ତଥା ଲୋକସଭା ସାଂସଦ ତେଜସ୍ୱୀ ସୂର‌୍ୟ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ସିଭିଲ୍ ଲାଇନରେ ପହଞ୍ଚିଛନ୍ତି। ସେପଟେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ଏହି ସଦସ୍ୟମାନେ ସିଏମ୍ ବାସଭବନ ସମ୍ମୁଖରେ ପହଂଚି ବୁମ୍ ପ୍ରତିବନ୍ଧକକୁ ଭାଙ୍ଗି ଘରର ମୁଖ୍ୟ ଫାଟକକୁ ନାଲି ରଙ୍ଗରେ ରଙ୍ଗ କରିଦେଇଥିଲେ । ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ହୁକୁମ୍ ସିଂ ନାମକ ଜଣେ ବିଜେପି କାର‌୍ୟ୍ୟକର୍ତ୍ତା ମାର୍ଚ୍ଚ ୩୦ ରେ ବିରୋଧ ପାଇଁ ମାର୍ଚ୍ଚ ୨୯ ରେ ଆବେଦନ କରିଥିଲେ । ଯାହା ଉତ୍ତର ଜିଲ୍ଲା ପୋଲିସର ବ୍ୟବସ୍ଥା କକ୍ଷ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ସତ୍ତ୍ୱେ ବିକ୍ଷୋଭକାରୀମାନେ ଆଗକୁ ଯାଇଥିଲେ। ସେପଟେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୂଚନା ଆଧାରରେ ପୋଲିସ ତିନି ବ୍ୟାରିକେଡ ସହ ମହିଳା କର୍ମଚାରୀଙ୍କ ସମେତ ୧୩୦ ଜଣ ପୋଲିସ କର୍ମଚାରୀଙ୍କୁ ନିୟନ୍ତ୍ରିତ କରଯାଇଥିଲା ।

ଯାହାକୁ ସାତ ଜଣ ଇନ୍ସପେକ୍ଟର ଏବଂ ଅତିରିକ୍ତ ଡିସିପି ରେଙ୍କର ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯାଉଥିଲା । ଏହା ମଧ୍ୟରେ ସବ-ଇନ୍ସପେକ୍ଟର ପ୍ରବୀଣ କୁମାରଙ୍କ ଅଭିଯୋଗ ପରେ ପୋଲିସ ସିଭିଲ୍ ଲାଇନ୍ସ ଷ୍ଟେସନରେ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି । ଏଫଆଇଆରରେ ଦର୍ଶାଯାଇଛି ଯେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାମାନେ ବିଧାନସଭାରେ ଫିଲ୍ମ ‘କାଶ୍ମୀର ଫାଇଲକୁ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଇପି କଲେଜ ନିକଟରେ ସକାଳ ୧୦.୩୦ ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିବା ଆରମ୍ଭ କରିଥିଲେ। ଯେଉଁଥିରେ ପୋଲିସ୍ କର୍ମଚାରୀ ସେମାନଙ୍କୁ ବିରୋଧ ନକରିବାକୁ କହିଥିଲେ । କିନ୍ତୁ ସେମାନେ ସିଏମ ବାସଭବନକୁ ଘେରାଉ କରିବା ଉପରେ ଜିଦ ଧରିଲେ । ବହୁତ ବୁଝାଇବା ପରେ ମଧ୍ୟ ଏହି ପ୍ରଦର୍ଶନ ଉଗ୍ର ହେବାରେ ଲାଗିଥିଲା ।

ଏବଂ ବ୍ୟାରିକେଡ୍ ଭାଙ୍ଗିବା ପରେ ପ୍ରାୟ ୨୦ ଜଣ ପ୍ରଦର୍ଶନକାରୀ ଆଗକୁ ବଢ଼ିଥିଲେ । ଦିଲ୍ଲୀ ପୋଲିସ୍ ରେକର୍ଡ କରିଥିବା ଭିଡିଓ ଫୁଟେଜ୍ ଆକ୍ସେସ୍ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ ୧୫-୨୦ ବିକ୍ଷୋଭକାରୀ ପ୍ରଥମେ ତୃତୀୟ ବ୍ୟାରିକେଡରେ ପହଞ୍ଚି ଏହାକୁ ତଳକୁ ଠେଲି ଦେଇଛନ୍ତି। କିଛି ସମୟ ମଧ୍ୟରେ ବ୍ୟାରିକେଡରୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ । ପୋଲିସର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଏବଂ ପୋଲିସ ସହ କଳହ ମଧ୍ୟ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଦର୍ଶନ ସମୟରେ ଦ୍ୱିତୀୟ ବ୍ୟାରିକେଡରେ ଉପସ୍ଥିତ ଥିବା କର୍ମଚାରୀମାନେ ବେତାର ସେଟରେ ଏକ ବାର୍ତ୍ତା ପାଇଥିଲେ ଯେ ତେଜସ୍ୱୀ ସୂର୍ଯ୍ୟଙ୍କ ସହ ପ୍ରାୟ ୧୫-୨୦ ବିଜେଡି ସଦସ୍ୟ ତୃତୀୟ ବ୍ୟାରିକେଡ ପାର ହୋଇଯାଇଛନ୍ତି।

ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଦୌଡିବା ପୂର୍ବରୁ ସେମାନେ ସିଏମ୍ ବାସଭବନର ପ୍ରବେଶ ଦ୍ୱାରରେ ପହଞ୍ଚିଥିଲେ। ପୋଲିସ ସେମାନଙ୍କୁ ରାସ୍ତା ସଫା କରିବାକୁ କହିଲା, କିନ୍ତୁ ସୂର୍ଯ୍ୟ ରାସ୍ତାରେ ବସିଥିଲେ। ଏହା ପରେ ପୋଲିସ ତାଙ୍କୁ ହଟାଇ ଦେଇଥିଲା । ଏ ଘଟଣାକୁ ନେଇ ବର୍ତ୍ତମାନ ଦେଶର ରାଜନୀତି ସରଗରମ ହୋଇ ଉଠିଛି । ଆମ ଆଦମି ପାର୍ଟି ପରାଜୟ କ୍ରୋଧରେ ବିଜେପି ଏପରି କରୁଛି ବୋଲି କହିବାରେ ଲାଗିଛି ।

Related Posts