ଶ୍ରୀମନ୍ଦିର ଅଭିମୁଖେ ମହାବାହୁ; ସମୟପୂର୍ବରୁ ଆରମ୍ଭ ହେଲା ପହଣ୍ଡି

ଭୁବନେଶ୍ୱର,୧୫/୭(ସତ୍ୟପାଠ ବ୍ୟୁରୋ):   ସରିଛି ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେଲେ ମହାବାହୁ । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ । ଶ୍ରୀଜିଉଙ୍କ ପାଇଁ ପୁଣିଥରେ ପରିପୂର୍ଣ୍ଣ ରଥ ଆଉ ପଥ । ତେବେ ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କଲେ ଶ୍ରୀ ସୁଦର୍ଶନ ।

ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ଆସିଥିଲେ ସୁଦର୍ଶନ । ତେବେ ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥିଲେ ବଡ଼ ଠାକୁର । ଏହାପରେ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥକୁ ବିଜେ କରିଥିଲେ । ଶେଷରେ ଗହଳି ଲଗାଇ ରତ୍ନବେଦିରୁ ହଲି ହଲି ରଥକୁ ଆସିଥିଲେ କଳା ଠାକୁର ।

Related Posts