ମାହାଙ୍ଗା ଗଣହତ୍ୟା ମାମଲା; ଅଭିଯୁକ୍ତକୁ ରିମାଣ୍ଡରେ ଆଣି ହେବ ସିନ ରିକ୍ରିଏସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାହାଙ୍ଗା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ପରୀକ୍ଷା କରିଛି ମାହାଙ୍ଗା ପୋଲିସ । କଡ଼ା ସୁରକ୍ଷା ବଳୟ ଭିତରେ ମାହାଙ୍ଗା ଥାନାରୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶିବ ସାହୁକୁ ଅଣା ଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତକୁ ପୁଣି ଥାନାକୁ ନିଆଯାଇଛି । ସେପଟେ ମାହାଙ୍ଗା ଗଣହତ୍ୟା ଘଟଣାର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ହେଵ ସିନ ରିକ୍ରିଏସନ ।

ଏନେଇ ସୂଚନା ଦେଇଛନ୍ତି ସାଲେପୁର ଏସ୍ ଡିପିଓ । ତେବେ ହତ୍ୟା ପୂର୍ବରୁ ଵିଷ ଵା ନିଶା ଦିଆଯାଇଥିବା ନେଇ ଅନୁସନ୍ଧାନ ଚାଲିଛି । ଏହାସହ ମୃତକଙ୍କ ଖାଦ୍ୟରେ ନିଶା ମିଶାଯାଇଥିଵା ଦିଗ ଵାଵଦରେ ମଧ୍ୟ ଯାଞ୍ଚ ଚାଲିଛି । ଅଭିଯୁକ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିଛି ପୋଲିସ । ସାଲେପୁର ଏସ୍ ଡି ପିଓ ଵିମଳ ପ୍ରସାଦ ଵାରିକ ଏନେଇ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts