ମାଲକାନଗିରି ଜିଲ୍ଲା ମୁଣ୍ଡାଗୁଡା ଗାଁରେ ଅଘଟଣ: ଗାଁ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ମାଲକାନଗିରି ଜିଲ୍ଲା ମୁଣ୍ଡାଗୁଡା ଗାଁରେ ଗତକାଲି ଘଟିଯାଇଛି ଏକ ଦୁଃଖଦ ଘଟଣା | ଗାଁ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି | ଯାହାକୁ ନେଇ ଗାଁ ରେ ଏବେ ଶୋକର ଛାୟା ଖେଳିଯାଇଛି | ଗତକାଲି (ବୁଧବାର) ସନ୍ଧ୍ୟାରେ ଦୁଇ ଜଣ ଭଉଣୀଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମୁଣ୍ଡାଗୁଡା ଗାଁର ରାଇନାଥ ହାଲବା ଓ ରୁନା ହାଲବାଙ୍କ ଆରତୀ ହାଲବା ଓ ନନ୍ଦିନୀ ହାଲବା ନାମକ ଦୁଇ ଝିଅ ସଂଧ୍ୟା ସମୟରେ ଘରକୁ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ । ପରେ ପୋଖରି ହୁଡାରେ ଝିଅ ମାନଙ୍କ ଡ୍ରେସ ପଡିଥିବା ଦେଖିଥିଲେ ପରିବାର ଲୋକେ । ଗ୍ରାମବାସୀଙ୍କ ସହାୟତା ଓ ଅଗ୍ନିଶମ ବାହିନୀର ସହାୟତାରେ ପୋଖରି ଭିତରେ ଖୋଜିବା ପରେ ଦୁଇ ଝିଅଙ୍କ ମୃତଦେହ ମିଳିଥିଲା । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ଏହି ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Related Posts