ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ୧୪ ଦିନିଆ ଅନ୍ତରୀଣ ଜାମିନ ଶେଷ ହେବା ପରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। କଡ଼ା ସୁରକ୍ଷା ବଳୟ ଭିତରେ କୋର୍ଟରେ ହାଜର ହୋଇଥିବା ବେଳେ ଆଜି ଗୋବିନ୍ଦ ସାହୁକୁ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ବେଳେ ତାଙ୍କ ଚିକିତ୍ସା କରାଇବାକୁ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ୧୪ ଦିନିଆ ଅନ୍ତରୀଣ ଜାମିନ ମଞ୍ଜୁର ପରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରୁ ଗୋବିନ୍ଦ ସାହୁ କିଛି ସର୍ତ୍ତରେ ଜାମିନରେ ପଠାଇଥିଲେ । ତେବେ ଆଜି ଅନ୍ତରୀଣ ଜାମିନର ଅବଧି ସରିଥିବା ବେଳେ ସେ ତାଙ୍କ ଓକିଲ ସହ କୋର୍ଟରେ ହାଜର ହୋଇଥିଲେ।





