ଭୁବନେଶ୍ୱର,୧୨/୩(ସତ୍ୟପାଠ ବ୍ୟୁରୋ): ହାରିଆଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର। ସେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ଖଟ୍ଟରଙ୍କ ସମେତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମନୋହର ଲାଲ ଖଟ୍ଟରଙ୍କ ସମେତ ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ପରେ ହରିଆଣାରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଛି। ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା ରାଜନୈତିକ ମାହୋଲକୁ ସରଗରମ କରିଛି ।
୨୦୨୪ ନଭେମ୍ବରରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ହରିୟାଣାରେ ବିଜେପି ଓ ଜେଜେପି ମେଣ୍ଟ ସରକାର ରହିଥିଲା । ୨୦୧୯ରେ ୯୦ ଆସନରୁ ୪୦ ଆସନ ଜିତିଥିଲା ବିଜେପି । କିନ୍ତୁ ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାସଲ କରିପାରିନଥିଲା । ତେଣୁ ଜେଜେପି ସହ ମେଣ୍ଟ କରି ହରିୟାଣାରେ ସରକାର ଗଢିଥିଲା ବିଜେପି ।





