ଆମର ଅନେକ ବ୍ୟକ୍ତି ନିଷ୍ପତ୍ତି ନେବା ପୂର୍ବରୁ ଆମେରିକା ଓ ଚୀନକୁ ଭୟ କରନ୍ତି: ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦୀ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପୁଣିଥରେ ନିଜ ସରକାର ଅର୍ଥାତ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମର ଅନେକ ବ୍ୟକ୍ତି ନିଷ୍ପତ୍ତି ନେବା ପୂର୍ବରୁ ଆମେରିକା ଓ ଚୀନକୁ ଭୟ କରନ୍ତି ବୋଲି କହିଛନ୍ତି । ଏହା ସହ ସ୍ୱାମୀ କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତଙ୍କ ସମ୍ପର୍କରେ ସରକାର ବିଦେଶୀ ପ୍ରତିକ୍ରିୟାକୁ ଭୟ କରୁଛନ୍ତି। ଏପରିକି ଏଠାରେ ନିଷ୍ପତ୍ତି ନେଉଥିବା ଲୋକଙ୍କୁ ଦେଖି ବୁଝିପାରୁଛି ଯେ ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ଆମେରିକା ଏବଂ ଚୀନକୁ ଭୟ କରୁଛନ୍ତି । କାହିଁକିନା ବର୍ତ୍ତମାନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆଗରେ କହିଛନ୍ତି ଯେ ଭାରତରେ ମାନବିକ ଅଧିକାର ଛଡ଼ାଯାଉଛି ।

ଆମେ ଏହାକୁ ଅତି ସତର୍କତାର ସହ ଦେଖୁଛୁ। ହେଲେ ଆମେରିକାର ଏହି ମନ୍ତବ୍ୟ ଉପରେ ଆମର ବୈଦେଶିକ ସଚିବ ଚୁପ୍ ରହିଲେ। ଏହା ଆତ୍ମ ସମ୍ମାନ ନୁହେଁ । ରୁଷ ଏବଂ ୟୁକ୍ରେନ ଉପରେ ଭାରତର ଆଭିମୁଖ୍ୟ ଉପରେ ସ୍ୱାମୀ କହିଛନ୍ତି ଯେ ୟୁକ୍ରେନ ଏକ ଗଣତାନ୍ତ୍ରିକ ଦେଶ। ସେଠାରେ ରୁଷ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛି। ଏହାକୁ କିପରି ସହ୍ୟ କରାଯାଇପାରିବ? କିନ୍ତୁ ଭାରତ ଏହା ଉପରେ କହୁଛି ଯେ ଆମେ ଏକ ସନ୍ତୁଳନ ସୃଷ୍ଟି କରି ଚାଲୁଛୁ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ହିଜାବ ପ୍ରସଙ୍ଗରେ ସ୍ୱାମୀ କହିଛନ୍ତି ଯେ ହିଜାବ ପିନ୍ଧି ଶ୍ରେଣୀଗୃହକୁ ଯିବା ଅନୈତିକ ଅଟେ। ଆପଣ ଏହାକୁ କିପରି ସହ୍ୟ କରିପାରିବେ? ହିଜାବ ୟୁନିଫର୍ମର ଅଂଶ ନୁହେଁ । ଆମର ପ୍ରାଥମିକତା ହେଉଛି ଝିଅମାନଙ୍କୁ ଶିକ୍ଷିତ କରିବା ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts