ଦାଦ୍ରା-ନଗର ହାଭେଲିରେ ନାଇଟ୍ରୋଜେନ ଗ୍ୟାସ୍ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୪ ଜୀବନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନାଇଟ୍ରୋଜେନ ଗ୍ୟାସ୍ ଗୋଦାମରେ ଭୟଙ୍କର ବିସ୍ଫୋରଣ। ଚାଲିଗଲା ୪ ଜୀବନ । ତେବେ ଦେମାନି ରୋଡରେ ଅବସ୍ଥିତ ଏକ ଗୋଦାମରେ ନାଇଟ୍ରୋଜେନ ଏବଂ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଫାଟିବା ପରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଆଠ ଜଣ ଗୁରୁତର ଆହତ ହୋଇଥିଲେ। ସେପଟେ ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଗୋଦାମର ଛାତ ଏବଂ କାନ୍ଥ ଉଡ଼ିଯାଇଥିଲା। ବିସ୍ଫୋରଣର ଶବ୍ଦ ୩୦ ମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଶୁଣାଯାଇଥିଲା। ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଭୂମିକମ୍ପ ପରି ଏକ ଝଟକା ଅନୁଭବ କରିଥିଲେ। ଏହି ସମୟରେ, ରାସ୍ତାରେ ଭଗ୍ନାବଶେଷ ପଡ଼ିବା ଏବଂ ପ୍ରଚଣ୍ଡ ଶବ୍ଦ ନିକଟସ୍ଥ ଏକ ସ୍କୁଲର ପିଲା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।

Related Posts