ଗୋରୁ ହାଟରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣା: ମୟୁରଭଞ୍ଜ ପୋଲିସକୁ ବଡ ସଫଳତା, ୫ ଗିରଫ

ଭୁବନେଶ୍ୱର: ଗୋରୁ ହାଟରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣାର ହେଲା ପର୍ଦାଫାଶ | ମୟୁରଭଞ୍ଜ ପୋଲିସକୁ ମିଳିଛି ବଡ ସଫଳତା | ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ଅଷ୍ପିଯୁକ୍ତ ମନକୁ ଗିରଫ କରିଛି |

ମାତ୍ର ୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ ଗ୍ୟାଙ୍ଗର ୫ ସଦସ୍ୟ । ହତ୍ୟାରେ ବ୍ୟବହୃତ ଇନସାସ୍ ରାଇଫଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି। ଲୁଟ୍ ଟଙ୍କାରେ କିଣିଥିବା ଟ୍ରାକ୍ଟର ଓ ବାଇକ୍ ସହିତ ୫୦ହଜାର ନଗଦ ଟଙ୍କା ଜବତ କଲା ମୟୁରଭଞ୍ଜ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ମେ’ ମାସ ୨୫ ତାରିଖ ହାଟବାଦଡା ଗୋରୁ ହାଟରେ ଭୋର ୫ଟାରେ ଘଟିଥିଲା ହତ୍ୟାକାଣ୍ଡ । କିଛି ଦୁର୍ବୁତ୍ତ ତାଙ୍କୁ ପିଛା କରି ତାଙ୍କ ଉପରକୁ ଅତର୍କିତ ଗୁଳି ମାଡ କରି ତାଙ୍କ ଠାରୁ ତାଙ୍କ ଲୁଟ କରିଥିଲେ |

Related Posts