ପ୍ରସୂତିଙ୍କୁ ମାଡ ମାରିଲେ ଡାକ୍ତର: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା | ପ୍ରସୂତିଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ ହୋଇଛି | ଆନାସ୍ଥେସିଆ ଡାକ୍ତର ୩ ଜଣ ପ୍ରସୂତି କୁ ମାଡ ମାରିଛନ୍ତି | ଏଭଳି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ |

ଏହି ମହିଳାମାନଙ୍କୁ ପ୍ରସୂତି କକ୍ଷରେ ଆନାସ୍ଥେସିଆ ଡାକ୍ତର ପିଟିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଡାକ୍ତର ଜଣଙ୍କ ମୁଣ୍ଡ ଓ ହାତରେ ପିଟିବା ସହିତ ତାଙ୍କର କେହି କିଛି କରିପାରିବେ ବୋଲି କହିଥିବା ସେମାନେ ଓ ସେମାନଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି।

ଏହି ୩ ପ୍ରସୂତିଙ୍କ ମଧ୍ୟରୁ ଜଣଙ୍କ ବାପା ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।

ସିଡିଏମ୍‌ଓ ଡାକ୍ତର ଦୋଳମଣି ପଟେଲ କହିଛନ୍ତି, ଡାକ୍ତର ପିଟିବା ନେଇ ଲିଖିତ ଅଭିଯୋଗ ହୋଇଛି। ଏକ କମିଟି କରି କାଲି ଘଟଣାର ତଦନ୍ତ କରାଯିବ।

Related Posts