ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): MIGM ମିସାଇଲର ସଫଳ ପରୀକ୍ଷଣ କଲା ନୌସେନା । ତେବେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଓ ଭାରତୀୟ ନୌସେନା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି ଇଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ (MIGM) ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ଉପଲବ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।ଏହି ପ୍ରଣାଳୀ ଭାରତୀୟ ନୌସେନାର ଅଣ୍ଡରୱାଟର କ୍ଷମତା ବହୁ ଗୁଣା ବଢିବ । ଏହି ମିସାଇଲ୍ ଶତ୍ରୁ ଦେଶର ଗୁଇନ୍ଦା ଜାହାଜ ପାଇଁ ମଧ୍ୟ କାଳ ହୋଇପାରେ । MIGMର ସଫଳତାକୁ ନୌସେନାର ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ଏହାକୁ ଜାହାଜ, ବୁଡ଼ା ଜାହାଜ, ଅଣ୍ଡରସି ଅପରେଟିଂ ପ୍ଲାଟଫର୍ମରେ ବି ମୁତୟନ କରାଯାଇପାରିବ ।
ନୌସେନାକୁ ଏହି ସଫଳତା ଏପରି ସମୟରେ ମିଳିଛି, ଯେତେବେଳେ ପାକିସ୍ତାନ ସହ ଭାରତ ସମ୍ପର୍କର ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତର ଗୋଟିଏ ପରେ ଗୋଟିଏ ଆକ୍ସନରେ ପାକିସ୍ତାନରେ ଭୟର ମାହୋଲ ରହିଛି । MIGM ଏକ ନୌ-ସୈନିକ ମାଇନ୍ ଅଟେ, ଯାହାକୁ ଆଧୁନିକ ଷ୍ଟିଲ୍ଥ ଜାହାଜର ବଢୁଥିବା ବିପଦର ମୁକିବାଲ ପାଇଁ ଡିଆରଡିଓ ଦ୍ୱାରା ନିର୍ମାଣ କରାଯାଇଛି । MIGM ସାମୁଦ୍ରିକ ଜାହାଜ ଦ୍ୱାରା ଉତ୍ପନ୍ନ ଶବ୍ଦ, ଚୁମ୍ୱକୀୟ ଓ ଅନ୍ୟ ଚାପକୁ ସହଜରେ ଚିହ୍ନଟ କରିପାରିବ ।





