ମନ୍ତ୍ରୀ ଟୁକୁନି ସାହୁ ବଡ଼ ନା ବ୍ୟୁରୋକ୍ରାଟ ଅନୁ ଗର୍ଗ ବଡ଼ ?

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ମୋ ସରକାର ଓ ଫାଇଭ୍ ଟି ଅମଳରେ କିଛି ବଦଳୁ ବା ନ ବଦଳୁ, ବିଚରା ମନ୍ତ୍ରୀମାନଙ୍କର ଔୋକାତ୍ ଉପରେ ସିରିଜ୍ ପାହାର କିନ୍ତୁ ପଡିଚାଲିଛି। ଏହାର ସଦ୍ୟତମ ଉଦାହରଣ ହେଉଛି, ଗତକାଲି ଅର୍ଥାତ୍ ୧୯ ତାରିଖ ଦିନ ସୁଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବଣ୍ଟା ଯାଇଥିବା ଏହି ପ୍ରେସ୍ ରିଲିଜ୍।

ଏହି ପ୍ରେସ୍ ବିଜ୍ଞପ୍ତି ରେ ମନ୍ତ୍ରୀ ଟୁକୁନି ସାହୁଙ୍କର ପ୍ରୋଟୋକଲକୁ ଯେଭଳି ବାଁ ରେଇକି ମୋଡି ମକଚି ଦିଆଯାଇଛି ତାହା ସରକାରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକି ଜଣେ ମନ୍ତ୍ରୀଙ୍କର ପଦମର୍ଯ୍ୟାଦା ପ୍ରତି ଭୟଙ୍କର ଅପମାନ।

ଏ ପ୍ରେସ୍ ରିଲିଜ୍ ଉପରେ ଚିକେ ନଜର ପକାନ୍ତୁ ତାପରେ ବୁଝି ପାରିବେ ଯେ ରାଜ୍ୟ ପ୍ରଶାସନରେ ବ୍ୟୁରୋକ୍ରାଟଙ୍କ ଦବଦବା କେଉଁ ଲେବଲ୍ କୁ ଗଲାଣି ଓ ରାଜ୍ୟରେ ମନ୍ତ୍ରୀଙ୍କ ଅବସ୍ଥା କେତେ ଦୟନୀୟ। ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇ ଦିନିଆ ବଲାଂଗୀର ଗସ୍ତରେ ଯାଇଥିଲେ । ଏହି ଗସ୍ତ ସମୟରେ ଅନୁ ଗର୍ଗ ଅନେକ ସ୍ଥାନ ପରିଦର୍ଶନ ସହ ବହୁ ପ୍ରକଳ୍ପର ସମୀକ୍ଷା କରିଥିଲେ। କିନ୍ତୁ ବ୍ୟତିକ୍ରମଟି ହେଉଛି ଜାରି ହୋଇଥିବା ପ୍ରେସ୍ ରିଲିଜ, ଅନୁ ଗର୍ଗଂକ ଗସ୍ତ ଏବଂ ପ୍ରକଳ୍ପ ସମୀକ୍ଷା ହେଡଲାଇନ୍ ରେ ବଣ୍ଟାଯାଇଛି।ଏଥିରେ କୁହାଯାଇଛି ଯେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଉପସ୍ଥିତିରେ ଅନୁ ଗର୍ଗ ପ୍ରକଳ୍ପ ସମୀକ୍ଷା କଲେ।

ତେବେ ପ୍ରଚଳିତ ପ୍ରୋଟୋକଲ ଅନୁଯାୟୀ ମନ୍ତ୍ରୀ ସମୀକ୍ଷା କରନ୍ତି ଏବଂ ସଚିବ ଉପସ୍ଥିତ ରହି ସମୀକ୍ଷାରେ ମନ୍ତ୍ରୀଙ୍କୁ ସହାୟତା କରନ୍ତି। ମାତ୍ର ଏଠାରେ ଉଲ୍ଲେଖ କରାଯାଇଛି ଠିକ ଓଲଟା। ଅନୁ ଗର୍ଗ ସମୀକ୍ଷା କରୁଥିବାବେଳେ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ। ଅବଶ୍ୟ ଏହା ପ୍ରଥମ ଘଟଣା ନୁହଁ, ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ କିଭଳି ପଦମର୍ଯ୍ୟାଦା ଭୁଲି ବ୍ୟୁରୋକ୍ରାଟ ବାବୁଙ୍କ ପାଖରେ ଅସ୍ବାଭାବିକ ବ୍ୟବହାର କରିଛନ୍ତି ତାହାର ପୂର୍ବରୁ ଅନେକ ଉଦାହରଣ ରହିଛି।

Related Posts