ମିସ୍ ବିକିନି ଇଣ୍ଡିଆକୁ ମିଳିଲା କଂଗ୍ରେସ ଟିକେଟ, ହସ୍ତିନାପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବେ

ଉତ୍ତରପ୍ରଦେଶ(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ କଂଗ୍ରେସ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୨୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଦଳ ପ୍ରଥମ ତାଲିକାରେ ୫୦ ଜଣ ମହିଳାଙ୍କୁ ମନୋନୀତ କରିଛି । ଯେଉଁଥିରେ ତାମିଲ ଅଭିନେତ୍ରୀ ଅର୍ଚ୍ଚାନ ଗୌତମ ଥିବାର କଥା ସାମ୍ନାକୁ ଆସିଛି । ତେବେ ଆଗାମୀ ବିଧାନସଭା ନିର୍ବାଚନରେ ମେରୁଟ ଜିଲ୍ଲାର ହସ୍ତିନାପୁର ଆସନରୁ କଂଗ୍ରେସ ଟିକେଟରେ ପ୍ରତିନ୍ଦ୍ୱତିତା କରିବେ ବୋଲି ସୂଚନା ମିଳିଛି । ସେପଟେ ମଡେଲ ଅଭିନେତ୍ରୀ ନଭେମ୍ବର ୨୦୨୧ ରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ଏବଂ ମାତ୍ର ଦୁଇମାସ ମଧ୍ୟରେ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ ଦିଆଯାଇଛି ।

ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ନଭେମ୍ବର ମାସରେ ହିଁ ସେ ଦୁଇଥର ପାର୍ଟିରେ ଯୋଗ ଦେଇଥିଲେ । ନଭେମ୍ବର ୨୬ରେ ଲକ୍ଷ୍ନୌରେ ଅନେକ ବ୍ୟକ୍ତି ଦଳରେ ଯୋଗ ଦେଇଥିବାବେଳେ ଅର୍ଚ୍ଚନା ଗୌତମ ଅଭିଯୋଗ କରିଥିଲେ ଯେ ତାଙ୍କୁ ଏହି କାର୍ଯ୍ୟରେ ଉପଯୁକ୍ତ ସମ୍ମାନ ମିଳିନଥିଲା । ଏବଂ ତାଙ୍କୁ ଅମନ୍ୟମାନଙ୍କ ସହ ପାର୍ଟିରେ ଭର୍ତ୍ତି କରାଯାଇଥିଲା । ଏହା ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରମୋଦ ତିୱାରୀ ମଞ୍ଚରେ ଉପସ୍ଥିତ ଥିବାବେଳେ କେବଳ ଯୋଗଦାନର ଆନୁଷ୍ଠାନିକ କରାଯାଇଥିଲା ଏବଂ ତାଙ୍କ ବିଷୟରେ ବିଶେଷ ଉଲ୍ଲେଖ କରାଯାଇନଥିଲା ବୋଲି ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ । ପରେ ନିଜର ଅସନ୍ତୋଷକୁ ଜଣାଇବା ପାଇଁ ପରଦିନ ଭୂପେଶ ବାଘେଲ ଯେଉଁ ହୋଟେଲରେ ରହୁଥିଲେ, ସେହି ହୋଟେଲରେ ଏକ ପୃଥକ କାର୍ଯ୍ୟକ୍ରମ କରିଥିଲେ ।

ଏବଂ ତାଙ୍କୁ ପାର୍ଟିରେ ଭର୍ତ୍ତି କରିଥିଲେ । ପୁଣିଥରେ ସେ ପାର୍ଟିରେ ଯୋଗଦେବା ପରେ ତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯିବ ବୋଲି ଅନୁମାନ କରାଯାଉଥିଲା । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ୧୩ ଜାନୁଆରୀ ୨୦୨୨ ମସିହାରେ ଏହି ତାଲିକା ପ୍ରକାଶ କରିଥିଲେ । ଯେଉଁଥିରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ ରହିଛନ୍ତି । ସେପଟେ ପ୍ରିୟଙ୍କା ଗାନ୍ଧୀ ୨୦୧୮ ମସିହାରେ ମିସ ବିକିନି ଟାଇଟଲ ଜିତିଥିବା ଅର୍ଚ୍ଚନା ଗୌତମଙ୍କୁ ବିଧାନସଭା ଟିକେଟ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts