ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସବୁ ଫର୍ମାଟରୁ ଅବସର ଘୋଷଣା କଲେ ମିତାଲୀ ରାଜ୍ । ତେବେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ ଅର୍ନ୍ତରାଷ୍ଟ୍ରୀୟ କ୍ରିିକେଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ବୁଧବାର ମଧ୍ୟାହ୍ନରେ ମିତାଲୀ ଘୋଷଣା କରିଛନ୍ତି । ସେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିବା କଥା ଘୋଷଣା କରିଛନ୍ତି । ଏହାସହ ତାଙ୍କ ୨୩ ବର୍ଷର କ୍ରିକେଟ କ୍ୟାରିଅରକୁ ସେ ଅଲବିଦା କହିଛନ୍ତି । ୩୯ ବର୍ଷିୟା ମିତାଲୀ ବୁଧବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏନେଇ ଏକ ଲମ୍ବା ସନ୍ଦେଶ ଜାରି କରି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିବା ଲେଖିଛନ୍ତି ।
ଏହାସହ ସେ ଲେଖିଛନ୍ତି କି ତାଙ୍କର ୨୩ ବର୍ଷ କ୍ରିକେଟ ଖେଳ ମଧ୍ୟରେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ କହିଛନ୍ତି କି ଯେତେବେଳେ ବି ସେ ପଡିଆରେ ପାଦ ରଖୁଥିଲେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି କି ମୁଁ ଅଧିନାୟକ ପଦ ଛାଡିଲେ ଯୁବ ଚେହେରାଙ୍କୁ ସ୍ଥାନ ମିଳିବ । ଅନ୍ୟପଟେ ସେ ବିସିସିଆଇର ସଚିବ ଜୟ ଶାହା ଓ ବାକି ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





