ଭୁବନେଶ୍ୱର,୨୮/୮(ସତ୍ୟପାଠ ବ୍ୟୁରୋ): ବିଧାୟକମାନଙ୍କୁ ବିଧାନସଭା ଗୃହ ଭିତରକୁ ମୋବାଇଲ ଓ ପାଣିବୋତଲ ବ୍ୟବହାରରେ ନେଇ ଲାଗିଲା କଟକଣା । ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ସୁରମା ପାଢୀଙ୍କ ନିର୍ଦ୍ଦେଶ । ଦିନ ୧୨ଟା ୮ ମିନିଟ୍ରେ ସୋର ବିଧାୟକ ମାଧବ ଧଡା ଗୃହରେ ଫଟୋ ଉଠାଇବା ନଜରକୁ ଆସିଛି । ଏହା ସହ ଫୋନ୍ରେ ବିଧାୟକ କଥା ହେଉଛନ୍ତି । ଗୃହରେ ଏସବୁ କରିବା ଅନୁଚିତ୍ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ତାଗିଦ କରିଛନ୍ତି ।
ଏହା ସହ ବିଧାନସଭା ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନନେଇ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।





