ଓଡ଼ିଶାରେ ମୋଦିଙ୍କ ମାରାଥନ ପ୍ରଚାର; ଫୁଲବାଣୀ, ବଲାଙ୍ଗିର, ବରଗଡ଼ରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର,୧୧/୫(ସତ୍ୟପାଠ ବ୍ୟୁରୋ):     ଆଜି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ ମୋଦି।

ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସାଢ଼େ ୧୦.୨୦ ରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।

ଫୁଲବାଣୀରେ ଜନସଭା ସାରି ସେଠାରୁ ହେଲିକପ୍ଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟାହ୍ନ ୧୨ଟାରେ ଯୋଗଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁଲିସ ପ୍ରଶାସନ ତରଫରୁ ସେଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି।

ସେଠାରୁ ବରଗଡ଼ ଯିବେ ପ୍ରଧାନମନ୍ତ୍ରୀ। ବରଗଡ଼ ବିକାଶ ଗ୍ରାଉଣ୍ଡରେ ଅବତରଣ ପରେ ଅପରାହ୍ନ ୨ଟାରେ ହେବାକୁଥିବା ଜନସମାବେଶକୁ ମୋଦି ସମ୍ବୋଧନ କରିବେ। ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ ପିଏମ୍। ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ NHରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।

Related Posts