ସରିଲା ଟଙ୍କା ଗଣତି: ଏବେ ବେନାମୀ ସଂପତ୍ତି ଓ ଆୟର ଉତ୍ସ ନେଇ ଖୋଳତାଡ଼ କରିବ ଆୟକର ବିଭାଗ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏସବିଆଇରେ ଟଙ୍କା ଗଣତି ଶେଷ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଛନ୍ତି ଷ୍ଟେଟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ।

୫ ଦିନ ଧରି ଚଢ଼ଉ ପରେ ଝାରଖଣ୍ଡ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ପ୍ରାୟ ୪୦୫ କୋଟିରୁ ଅଧିକ ଟଙ୍କା ଜବତ କରିଛି ଆୟକର ବିଭାଗ। ଏହା ସହ କୁହାଯାଉଛି ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ଆୟକର ବିଭାଗକୁ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମଧ୍ୟ ଟେର ଲାଗିଛି। ଯେମିତି ଗୋଟିଏ ଗୋଟିଏ ସ୍ଥାନରୁ ଚଢ଼ଉ ସମୟରେ ମଦ ମାଲିକ ମାନଙ୍କ ଅଫିସରୁ ବହୁ ବେନାମୀ ଜମିପଟ୍ଟା ଜବତ କରାଯାଇଛି। କୁହାଯାଉଛି ଏହି ମଦ ମାଲିକମାନେ ଟଙ୍କା ଲୁଚାଇବା ପାଇଁ ନିଜ ବିହାରୀ କର୍ମଚାରୀମାନଙ୍କ ନାଁରେ କୋଟି କୋଟି ଟଙ୍କାର ଜମି କିଣିଥାନ୍ତି ଏହାର ସବୁ ଏବେ ତଦନ୍ତ କରିବ ଆୟକର ବିଭାଗ ।

ଗଣତି ଶେଷ ହେବା ପରେ ଏହି ଟଙ୍କା କେଉଁ ଉତ୍ସରୁ ଆସିଲା, କାହାର ଏ ଟଙ୍କା କିଏ କେମିତି ଏହି କଳାଟଙ୍କା ଆୟ କଲ, ସେନେଇ ଖୋଳତାଡ଼ କରିବ ଆୟକର ବିଭାଗ। ଏହାପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Related Posts