ଆତ୍ମନିର୍ଭରଶୀଳ ହେବେ ମା’ ଓ ଭଉଣୀ: ଅମିତ ଶାହ

ପାରାଦୀପ/ଭୁବନେଶ୍ୱର, ମାର୍ଚ୍ଚ ୬:ଅମିତ ଶାହା ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଅବସ୍ଥିତ ଇଫ୍‌କୋ ର ସଲଫ୍ୟୁରିକ୍ ଏସିଡ୍–୩ କାରଖାନାର ଲୋକାର୍ପଣ କରିଛନ୍ତି।ଏହି ଅବସରରେ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ, ସହକାରୀ ବ୍ୟବସ୍ଥା ମାଧ୍ୟମରେ ଗ୍ରାମୀଣ ଜନଜୀବନକୁ ସମୃଦ୍ଧ କରାଯିବ। ମା’ ଓ ଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି।ସେ କହିଛନ୍ତି ଯେ, ଇଫ୍‌କୋ ପାଇଁ ଭାରତ ଗର୍ବିତ। ଏହି ସଂସ୍ଥା ସହିତ ପ୍ରାୟ ୩୬ ହଜାର ସହକାରୀ ସମିତି ଜଡିତ ଅଛନ୍ତି ଏବଂ ଏହା ମାଧ୍ୟମରେ ପ୍ରାୟ ୫ କୋଟି ଚାଷୀ ଲାଭାନ୍ବିତ ହେଉଛନ୍ତି। ଇଫ୍‌କୋ ଏବେ ୨୮ ହଜାର କୋଟି ଟଙ୍କାର ନେଟୱର୍କ ବିକଶିତ କରିଛି।ଶ୍ରୀ ଶାହ ଆହୁରି କହିଛନ୍ତି ଯେ, ଭାରତରେ ଉତ୍ପାଦିତ ନାନୋ ୟୁରିଆ, ନାନୋ ଡିଏପି ଓ ନାନୋ କପର ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି, ଯାହା ଦେଶର କୃଷି କ୍ଷେତ୍ରକୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି।ଓଡ଼ିଶାର ଜନତାଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ସହକାରୀ ବ୍ୟବସ୍ଥା ମାଧ୍ୟମରେ ଗ୍ରାମୀଣ ଉନ୍ନତିକୁ ଗତି ଦିଆଯିବ ଏବଂ ଗୁଜୁରାଟ ପରି ଓଡ଼ିଶାର ମଧ୍ୟ ବିକାଶ ହେବ।ସେହିପରି, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଆତ୍ମନିର୍ଭରତାକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିବା ସହ ମତ୍ସ୍ୟପାଳନ କ୍ଷେତ୍ରକୁ ମଧ୍ୟ ଅଧିକ ପ୍ରାଥମ୍ୟ ଦିଆଯିବ ବୋଲି ଉଲ୍ଲେଖ କରିଛନ୍ତି।

Related Posts