ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ଆତଙ୍କ | ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏବେ ଆତଙ୍କିତ ରାଜଧାନୀବାସୀ | ଶୈଳେଶ୍ରୀ ବିହାର, ନିଳାଦ୍ରିବିହାର, ଡମଣା ଅଞ୍ଚଳରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି | ତେଇବେ ଏନେଇ ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି ମେୟର ସୁଲୋଚନା । ବିଏମ୍ସି ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଅନୁଧ୍ୟାନ କରିଛନ୍ତି ।
ତେବେ ସରକାରୀ ଭାବେ ସୂଚନା ନଥିଲେ ବି ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଡେଙ୍ଗୁରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଗକୁ ବର୍ଷା ଦିନ ଥିବାରୁ ଡେଙ୍ଗୁ ରୋକିବାକୁ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ବୁଦା ଗଛ ସବୁ କାଟିବା ସହ, ମଶା ଧୂଆଁ ଛାଡିବା, ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବକାବୁ ପରାମର୍ଶ ଦିଆଯାଇଛି ।





