ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା । ସମୟ ଗଡିବା ସାଙ୍ଗକୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା ।ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୩୮ ପାର କରିଥିବା ବେଳେ ଆହତ ସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ବ ରହିଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ, ବାୟୁସେନା ଓ ସ୍ଥଳ ସେନାର କର୍ମଚାରୀ ନିୟୋଜତି ଅଛନ୍ତି । ଟ୍ରେନ ଦୁର୍ଘଟଣା ପରେ ଏକାଧିକ ଟ୍ରେନକୁ ବାତିଲ କରି ଦିଆଯାଇଛି । ଏହା ସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ନଜର ପକାନ୍ତୁ କେଉ କେଉଁ ଟ୍ରେନ ବାତିଲ ହୋଇଛି ।
ବାତିଲ ଟ୍ରେନ: ହାୱଡା ପୁରୀ ଏକ୍ସପ୍ରେସ, ହାୱଡା ସାଲିମାର ଟର୍ମିନାଲ୍ ଏକ୍ସପ୍ରେସ, ହାୱଡା-ଚେନ୍ନାଇ ଟ୍ରେନ, ଶାଲିମାର -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ସମ୍ବଲପୁର ଏକ୍ସପ୍ରେସମ୍ ସାନ୍ତ୍ରାଗାଚି- ପୁରୀ ଏକ୍ସପ୍ରେସ, ଦୁରୋନ୍ତ ଏକ୍ସପ୍ରେସ। ଭୁବନେଶ୍ୱର ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡାରୁ ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ । ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ଶାଲିମାର ଧଉଲି ଏକ୍ସପ୍ରେସ । ଶାଲିମାର ପୁରୀ ଧଉଳି ଏକ୍ସପ୍ରେସ। ପୁରୀ-ବାଙ୍ଗିରିପୋସି, ବାଙ୍ଗିରିପୋସି -ପୁରୀ ଏକ୍ସପ୍ରେସ, ପୁରୀ- ସାନ୍ତ୍ରାଗାଚି ସ୍ପେଶାଲ ଟ୍ରେନ, ଚେନ୍ନାଇରୁ ଚେନ୍ନାଇ- ଶାଲିମାର କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ଗୁଆହାଟି ଏକ୍ସପ୍ରେସ ବାତିଲ ।
ଗତିପଥ ବଦଳିଥିବା ଟ୍ରେନ: ସାନ୍ତ୍ରାଗାଚି-ଚେନ୍ନାଇ ଏକ୍ସପ୍ରେସ, ଦିଗା-ବିଶାଖାପାଟନମ୍ ଏକ୍ସପ୍ରେସ, ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ, ହାୱଡା- ମହୀଶୂର ଏକ୍ସପ୍ରେସ, ନୂଆଦିଲ୍ଲୀ -ପୁରୀ ପୁରୋଷୋତ୍ତମ୍ ଏକ୍ସପ୍ରେସ ଟାଟା, କେନ୍ଦୁଝର ରୋଡ ଦେଇ ଚଳାଚଳ କରିବ । ହୃଷିକେଶରୁ ହୃଷିକେଶ -ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟାଟା-କେନ୍ଦୁଝର ରୋଡ଼ ଦେଇ ଚାଲିବ । ପୁରୀରୁ ନନ୍ଦନକାନନ ଏକ୍ସପ୍ରେସ ଜାଖାପୁରା-ଜାରୋଲି ଦେଇ ଚାଲିବ । ଜଲେଶ୍ୱର-ପୁରୀ ସ୍ପେଶାଲ୍ ଜଳେଶ୍ୱର ପରିବର୍ତ୍ତେ ଭଦ୍ରକରୁ ଚାଲିବ ବୋଲି ସୂଚନା ମିଳିଛି।





