ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠୁଛନ୍ତି । ଏହା ମଧ୍ୟରେ ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ହରକ ସିଂହ ରାୱତ କଂଗ୍ରେସରେ ମିଶିବା ନେଇ କଳ୍ପନାଜଳ୍ପନା ଚାଲିଛି । କାହିଁକିନା ହରତ ସିଂହ ରାୱତଙ୍କୁ ବିଜେପି ଅପମାନିତ କରିଥିବାର କଥା କିଛି ଦିନ ପୂର୍ବରୁ ଗଣମାଧ୍ୟମ ନିକଟରେ ସେ ସ୍ପଷ୍ଟ କରିଥିଲେ । ତେଣୁ ବିଜେପିକୁ ପରାସ୍ତ କରିବା ପାଇଁ ବର୍ତ୍ତମାନ ଠାରୁ କାର୍ଯ୍ୟ ଆରମ୍ଭ କରିବି ବୋଲି କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତେଣୁ ଆଜି ହରତ ସିଂହ ରାୱତ ଦିଲ୍ଲୀରେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ସେପଟେ ହରତ ସିଂହ ରାୱତ ଛଅ ବର୍ଷ ଧରି ବିଜେପିରୁ ବହିଷ୍କୃତ ହେବା ସହ କ୍ୟାବିନେଟରୁ ମଧ୍ୟ ବହିଷ୍କୃତ ହୋଇଥିଲେ ।
ହରାକ ୬ ବର୍ଷ ପୂର୍ବେ ମାର୍ଚ୍ଚ ୨୦୧୬ ରେ ଅନ୍ୟ ଆଠ ଜଣ କଂଗ୍ରେସ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। ସେ କଂଗ୍ରେସରେ ଯୋଗଦେବେ କିମ୍ବା ଜନସାଧାରଣଙ୍କ ପାଇଁ କାର୍ୟ୍ୟ କରିବେ ବୋଲି ହରାକ ସିଂ ରାୱତ କହିଛନ୍ତି। ଅନ୍ୟପଟେ ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଭାରତୀୟ ଜନତା ପାର୍ଟି ହରତ ସିଂହ ରାୱତଙ୍କୁ ଅନେକ ସୁଯୋଗ ଦେଇଛି । ଏହା ଦର୍ଶାଉଛି ଯେ ଭାରତୀୟ ପରିବାରବାଦ ରାଜନୈତିକ ଦଳ ନୁହଁ ବରଂ ଏହା ରାଷ୍ଟ୍ରବାଦର ଦଳ ଅଟେ । ସେପଟେ କଂଗ୍ରେସରେ ମିଶିବା ନେଇ ହରକ ସିଂହ ରାୱତଙ୍କ ଘନିଷ୍ଠ ବନ୍ଧୁ ବିଧାୟକ ଉମେଶ ବର୍ମାଙ୍କ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ହେଲେ ବର୍ତ୍ତମାନ ସେ ଏଥିରୁ ଦୂରେଇ ଯାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ବିଜେପିରେ ଅଛନ୍ତି ଏବଂ ତାଙ୍କ ମୃତ୍ୟୁ ପର୍ୟ୍ୟନ୍ତ ରହିବେ। ଦଳ ବଦଳାଇବାକୁ ତାଙ୍କର କୌଣସି ଯୋଜନା ନାହିଁ ବୋଲି କହିଥିଲେ ।





