ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମାଓବାଦୀ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ନବରଙ୍ଗପୁର ସାଂସଦ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ସମ୍ପୁର୍ଣ୍ଣ ମାଓମୁକ୍ତ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଶାହାଙ୍କୁ ଭେଟିଛନ୍ତି ନବରଙ୍ଗପୁର ସାଂସଦ ଇଂ.ବଳଭଦ୍ର ମାଝୀ ବୋଲି ସୂଚନା ମିଳିଛି । ସେପଟେ ନବରଙ୍ଗପୁର ସାଂସଦ ଗୃହମନ୍ତ୍ରୀଙ୍କୁ ତାଙ୍କ ଘୋଷଣାକୁ କାଗଜକଲମରେ କରିବା ସହ ୱେବ ଏବଂ ବିଭିନ୍ନ ପର୍ଯ୍ୟଟନ ସାଇଟରେ ବି ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ।
ଏହା ଫଳରେ ତାଙ୍କ ସଂସଦୀୟ କ୍ଷେତ୍ରରେ ଥିବା ନବରଙ୍ଗପୁର ଓ ମାଲକାନଗିରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟକ ଆସିବା ଆରମ୍ଭ ହେବ। ସେପଟେ ବିଭିନ୍ନ ବିଦେଶୀ ପର୍ଯ୍ୟଟକମାନେ ମାଓ ଅଂଚଳ ଭାବି ଏଠାକୁ ବୁଲିବାକୁ ଆସିବାକୁ ଭୟ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ଅଧିକା ପ୍ରଚାର ଓ ପ୍ରସାର କରିବା ସହ ଖାସ୍ କରି ଏହି ଦୁଇ ଜିଲ୍ଲାସମ୍ପର୍କରେ କରିଲେ ବିଦେଶୀ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନ ଶିଳ୍ପର ବି ଅଭିବୃଦ୍ଧି ହେବ ବୋଲି ଆଲୋଚନା କରିଥିଲେ। ଏହା ସହ ତାଙ୍କ ସଂସଦୀୟ କ୍ଷେତ୍ରର ଗମନାଗମନ (ରେଳ, ଏନଏଚଏଆଇ), ଆଇନଶୃଙ୍ଖଳା, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନକୁ ନେଇ ଆଲୋଚନା କରିଥିଲେ। ତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଓ କୋଲାବ ମିଡିଲ ପ୍ରକଳ୍ପ ପାଇଁ ଆଲୋଚନା କରିଥିଲେ। ତେଲ ପ୍ରକଳ୍ପ ହେଲେ ଜିଲ୍ଲାର ସୁଖା ଅଂଚଳ ଚନ୍ଦାହାଣ୍ଡି ଓ କୋଲାବ ମିଡିଲ ପ୍ରକଳ୍ପ ହେଲେ ମାଲକାନଗିରୀ ଜିଲ୍ଲାର ଜଳସେଚନର ଉନ୍ନତି ହେବା ସହ ଚାଷରେ ଅଭିବୃଦ୍ଦି ହେବ ବୋଲି ନବରଙ୍ଗପୁର ସାଂସଦ କହିଛନ୍ତି ।





