ଆଜି ଭୁବନେଶ୍ୱରରେ ନଡ୍ଡା, ନବୀନଙ୍କ ରୋଡ ସୋ’

ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରରେ ପାୱାର ସୋ’। ରାଜଧାନୀ ଦେଖିବା ଦୁଇ ପ୍ରମୁଖ ଦଳର ନେତାଙ୍କ ରୋଡ ସୋ। ଆଜି ରାଜଧାନୀରେ ରୋଡ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିଜେଡ଼ି ସୁପ୍ରିମୋ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

 ସୂଚନା ଅନୁସାରେ ଆଜି ସକାଳ ୯ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। 

ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାଜଧାନୀରେ ମେଗା ରୋଡ ସୋ’ କରିବେ। ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ ସଂଧ୍ୟା ସାଢେ ୬ଟା ରେ ଭୁବନେଶ୍ୱରର ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ୍‌ ହାଉସ୍‌ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁକେଶ୍ବର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍‌ ସୋ’ ଯିବ।

ତେବେ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ କଟକରେ ରୋଡ୍‌ ସୋ’ କରିଥିଲେ । ଏହି ରୋଡ୍‌ ସୋ’ ରେ ସେ ଭର୍ତୁହରି ମହତାବ ଏବଂ ପି.ସି ମହାନ୍ତିଙ୍କ ସହ ସେ ଦଳୀୟପ୍ରଚର କରିଥିଲେ।

Related Posts