ଭୁବନେଶ୍ୱର,୨୫/୯(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ମନମୋହନକହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ପାର୍ଟି ଅଫିସରେ ପହଞ୍ଚିବେ। ଏଠାରେ ବିଜେପି ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି।
ତେବେ ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ସେ ପୂର୍ବାହ୍ନ ୧୧ଟାରୁ ୧ଟା ଯାଏ ବିଜେପି ପାର୍ଟି ଅଫିସରେ ରହିବେ ବୋଲି ସୂଚନା ମିଳିଛି। ଏହି ସମୟରେ ଚାଲିଥିବା ସଦସ୍ୟତା ଅଭିଯାନ ନେଇ ସେ ଦଳୀୟ କର୍ମକର୍ତ୍ତାମାନଙ୍କ ଆଲୋଚନା କରିବେ । ଅପରାହ୍ନରେ ଜେ.ପି ନଡ୍ଡା ସୁଆଣ୍ଡୋ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସନ୍ଧ୍ୟାରେ ସେ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।





