ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର

ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା ।

କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ଏହି କଟକଣା ଲଗାଇଥିଲେ । କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି । 

Related Posts