ନୂଆଦିଲ୍ଲୀ: ଭାରତୀୟ ରେଲବିଭାଗ ପକ୍ଷରୁ ୨୦୨୬ ପାଇଁ ଟ୍ରେନ୍ ଟିକେଟ୍ କ୍ୟାନ୍ସେଲେସନ୍ ଓ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ ଘୋଷଣା ହୋଇଛି। ଏହି ନୂଆ ନିୟମ ଅନୁସାରେ ଯାତ୍ରୀମାନେ ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ୍ କଲେ ବଡ଼ ଆର୍ଥିକ କ୍ଷତି ଭୋଗିବାକୁ ପଡ଼ିବ।ନୂଆ ନିୟମ ଅନୁଯାୟୀ, ଟ୍ରେନ୍ ଚାଲିବାର ୮ ଘଣ୍ଟା ଭିତରେ ଟିକେଟ୍ କ୍ୟାନ୍ସେଲ୍ କଲେ କୌଣସି ରିଫଣ୍ଡ ମିଳିବ ନାହିଁ। ସେହିପରି, ୮ରୁ ୨୪ ଘଣ୍ଟା ମଧ୍ୟରେ ବାତିଲ୍ କଲେ କେବଳ ୫୦ ଶତଂଶ ଟଙ୍କା ଫେରସ୍ତ ମିଳିବ। ପୂର୍ବତନ ନିୟମ ତୁଳନାରେ ଏହା ଅଧିକ କଠୋର ବୋଲି ମନାଯାଉଛି।ରେଲୱେ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପ ଟିକେଟ୍ ଦଲାଲି, ଅନାବଶ୍ୟକ ବୁକିଂ ଓ ଶେଷ ମୁହୂର୍ତ୍ତରେ କ୍ୟାନ୍ସେଲେସନ୍କୁ ରୋକିବା ପାଇଁ ନିଆଯାଇଛି। ଏହା ଫଳରେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ସୁବିଧା ପାଇବେ ଓ ଖାଲି ସିଟ୍ ସମସ୍ୟା କମିବ ବୋଲି ଆଶା କରାଯାଉଛି।ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଅଚାନକ ଯାତ୍ରା ପ୍ରସ୍ଥାନ ବାତିଲ୍ କରିବାକୁ ପଡ଼ିଲେ ସେମାନେ ପୂରା ଟଙ୍କା ହରାଇପାରନ୍ତି।ଏହା ସହିତ ରେଲୱେ ଯାତ୍ରୀମାନଙ୍କୁ ପୂର୍ବରୁ ଯାତ୍ରା ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛି।





