ନବ ଦାସ ହତ୍ୟା ମାମଲା; ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କଲେ ସାଲୁଜା

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଆଜି ପୁଣି ବିଧାନସଭାରେ ଉଠିଛି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହି କ୍ରମରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ନବ ଦାସ ହତ୍ୟା କାଣ୍ଡରେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି।

ସାଲୁଜା କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୩୦ ଦିନ ବିତିବ, କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି । କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହିଁ । କାହିଁକି ହତ୍ୟା ହୋଇଛି ରାଜନୈତିକ ଉଦ୍ଦେଶ୍ୟ ନା ବ୍ୟବସାୟିକ ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି । ଖାକିର ତଦନ୍ତ ଖାକି କିପରି କରିବ ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା । ସେ ଆହୁରି କହିଛନ୍ତି ଯେ, ନବ ଦାସଙ୍କ କକା କହିଛନ୍ତି ଷଡ଼ଯନ୍ତ୍ର ହୋଇଛି ଏପରିକି ସରକାର ଅର୍ଥାତ ନିଜେ ରାଜସ୍ୱ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଷଡ଼ଯନ୍ତ୍ର ହୋଇଛି ଏହାର ଉଚିତ୍ ତଦନ୍ତ ହେଉ।

ନବଙ୍କ ସାମ୍ରାଜ୍ୟକୁ ଦଖଲ ପାଇଁ ବର୍ତ୍ତମାନ ସେଠି ଗଣ୍ଡଗୋଳ ହେଉଛି । ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସ ଙ୍କ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଚାଲିଛି । ଗତ ଫେବୃଆରୀ ୧୭ରେ ନବ ଦାସଙ୍କ ସମର୍ଥକ ଓ ସୁଶାନ୍ତ ସିଂହଙ୍କ ସମର୍ଥାକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ସମ୍ବଲପୁର ଜିଲ୍ଲାର ଗୋଟିଏ ଥାନାରେ ଏତଲା ମଧ୍ୟ ହୋଇଥିଲା। ତେଣୁ ନବ ଦାସଙ୍କ ହତ୍ୟାକାଣ୍ଡରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରଯାଉ ବୋଲି କଂଗ୍ରେସ ବିଧାୟକ ସାଲୁଜା ଦାବି କରିଛନ୍ତି।

Related Posts