କାଶ୍ମୀର ଫାଇଲ ଫିଲ୍ମକୁ ପ୍ରମୋଟ କରିବା ପାଇଁ ଜଣେ ବ୍ୟବସାୟୀଙ୍କ ନିଆରା ଫଣ୍ଡା: ଫିଲ୍ମ ଦେଖିଲେ ହେଲମେଟରେ ୨୦ ପ୍ରତିଶତ ରିହାତି

ସମ୍ବଲପୁର: ବକ୍ସ ଅଫିସ୍ ରେ ଧମାଲ କରି ଚାଲିଛି କାଶ୍ମୀର ଫାଇଲ ଫିଲ୍ମ । ପ୍ରତେକ୍ ଦିନ ନୂଆ ନୂଆ ରେକର୍ଡ ସହ ପୁରୁଣା ରେକର୍ଡ କୁ ଭାଙ୍ଗୁଛି। ତେବେ ଏହାରି ମଧ୍ୟରେ ଜଣେ ବ୍ୟବସାୟୀ ଫିଲ୍ମ୍ ର ପ୍ରମୋସନ୍ କରିବାକୁ ଯାଇ ଏକ ନିଆର ଫଣ୍ଡା ଅପନାଇଛନ୍ତି। ଫିଲ୍ମ୍ ଦେଖିଲେ ହେଲମେଟରେ ୨୦ ପ୍ରତିଶତ ରିହାତି ଦେବେ ବୋଲି ସେ ଘୋଷଣା କରିଛନ୍ତି । କାଶ୍ମୀର ଫାଇଲ ଫିଲ୍ମକୁ ନେଇ ଲୋକଙ୍କ ମନରେ ଉକ୍ରଣ୍ଠା ଓ ସମର୍ଥନ ବଢୁଥିବା ବେଳେ ଏହାକୁ ପ୍ରମୋଟ କରିବା ପାଇଁ ବ୍ୟବସାୟୀ ଆପଣେଇଛନ୍ତି ନୂଆ ଫଣ୍ଡା ।

କାଶ୍ମୀର ଫାଇଲ ଫିଲ୍ମ ଦେଖି ବଦଳିଗଲା ବ୍ୟବସାୟର ଫଣ୍ଡା । କାଶ୍ମୀରି ପଣ୍ଡିତ ସାଙ୍ଗଠାରୁ ଦିନେ ଶୁଣିଥିଲେ ଲୋମ ଟାଂକୁର କାହାଣୀ । ଆଉ ପରିବାର ସହ ଫିଲ୍ମ ଦେଖିଲା ପରେ ୨୦ ପ୍ରତିଶତ ରିହାତିରେ ହେଲମେଟ୍ ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି ସମ୍ବଲପୁର ବରେଇପାଲିର ବ୍ୟବସାୟୀ ଆଶିଷ ଶର୍ମା । ଫିଲ୍ମ ଦେଖିଥିବା ଲୋକଙ୍କୁ ଯେକୌଣସି ବ୍ରାଣ୍ଡର ହେଲମେଟ ୨୦ ପ୍ରତିଶତ ରିହାତିରେ ଦେଉଛନ୍ତି । ଏହା ବ୍ୟବସାୟ ପାଇଁ ନୁହେଁ ବରଂ ଫିଲ୍ମ ପ୍ରମୋସନ୍ ପାଇଁ ବୋଲି ସେ କହିଛନ୍ତି ।

ତେବେ ଆଶିଷଙ୍କ ଏହି ଫଣ୍ଡାକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି । ଗ୍ରାହକ ମନ ପସନ୍ଦର ବ୍ରାଣ୍ଡେଡ ହେଲମେଟ କିଣି ୨୦ ପ୍ରତିଶତ ରିହାତି ପାଇ ଖୁସିରେ ଘରକୁ ଫେରୁଛନ୍ତି । ଏହାସହ କାଶ୍ମୀର ଫାଇଲ ଫିଲ୍ମ ଦେଖିବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି । ଏହି ଅଫର ପରେ ଆଶିଷଙ୍କ କାରବାର ବଢିଛି । ତେଣୁ ଏହି ଅଫର ସମୟ ଅବଧିକୁ ବଢାଇବାକୁ ସେ ଯୋଜନା କରିଛନ୍ତି ।

Related Posts