ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍ ପୂର୍ବରୁ ଏନ୍‌ଆଇଟି ନିଜ ଶିକ୍ଷାର୍ଥୀମାନଙ୍କ ପାଇଁ ଜାରି କଲା ନିର୍ଦ୍ଦେଶନାମା: ମ୍ୟାଚ୍‌ ଦେଖିଲେ ୫୦୦୦ ଟଙ୍କା ଜରିମାନା

ଶ୍ରୀନଗର: ଆଜି ଭାରତ-ପାକିସ୍ତାନରେ ଖେଳାଯିବ ରୋମାଞ୍ଚକର ମ୍ୟାଚ୍ । ଏସିଆ କପ୍‌ କ୍ରିକେଟ ୨୦୨୨ ର ଦ୍ଵିତୀୟ ଦିନରେ ମୁହମୁହି ହେବେ ଭାରତ ଓ ପାକିସ୍ତାନ । ସେପଟେ କ୍ରିକେଟ୍‌ ମ୍ୟାଚ୍‌କୁ ଦଦଳବଦ୍ଧ ହୋଇ ନ ଦେଖିବା ଓ ସେ ବିଷୟରେ କୌଣସି କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ନ କରିବା ଲାଗି ଶ୍ରୀନଗରସ୍ଥିତ ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ (ଏନ୍‌ଆଇଟି) ତା’ର ଶିକ୍ଷାର୍ଥୀମାନଙ୍କୁ କହିଛି।

ମ୍ୟାଚ୍‌ ସମୟରେ ନିଜ ନିଜର କୋଠରି ରହିବାକୁ ଶିକ୍ଷାର୍ଥୀମାନଙ୍କ ପ୍ରତି ଶିକ୍ଷାର୍ଥୀ କଲ୍ୟାଣର ଡିନ୍‌ ଜାରି କରିଥିବା ବିଜ୍ଞପ୍ତିରେ ଉକ୍ତ ଶିକ୍ଷା ପ୍ରତିଷ୍ଠାନର ପ୍ରଶାସନ କହିଛି।

ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଦୁବାଇର ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଚାଲିଥିବା କ୍ରିକେଟ୍‌ ସିରିଜ୍‌ରେ କେତେକ ଦେଶ ଭାଗ ନେଉଥିବା କଥା ଶିକ୍ଷାର୍ଥୀମାନେ ଜାଣନ୍ତି। କ୍ରୀଡ଼ାକୁ ଗୋଟାଏ ଖେଳ ବୋଲି ବିଚାର କରିବା ଲାଗି ଶିକ୍ଷାର୍ଥୀମାନଙ୍କୁ ଜଣାଇ ଦିଆଯାଉଛି। ତେଣୁ, ସେମାନେ ଖେଳ କଥାରେ ପ୍ରତିଷ୍ଠାନ କିଂବା ହଷ୍ଟେଲ୍‌ରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ।

ଆଜିର ମ୍ୟାଚ୍‌ ବେଳେ ଶିକ୍ଷାର୍ଥୀମାନେ କେହି କାହାରି କୋଠରିକୁ ନ ଯାଇ ନିଜ ନିଜ କୋଠାରିରେ ରହିବାକୁ ନିର୍ଦେଶ ଆସିଛି। ସେମାନେ ମଧ୍ୟ ସଂଘବଦ୍ଧ ହୋଇ ମ୍ୟାଚ୍ ଦେଖନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି।

ଯଦି କୌଣସି ଶିକ୍ଷାର୍ଥୀଦଳ ନିର୍ଦ୍ଦିଷ୍ଟ କ‌ୌଣିସ କୋଠରିରେ ବସି ଖେଳ ଦେଖୁଥିବା ଜଣାପଡ଼େ, ତେବେ ସେ କୋଠରିଟି ଯେଉଁ ଛାତ୍ର/ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ତାଙ୍କୁ ସେଠାରୁ ବାହାର କରି ଦିଆଯିବା ଏବଂ ଦଳରେ ଥିବା ସବୁ ଶିକ୍ଷାର୍ଥୀଙ୍କ ଉପରେ ମୋଟ୍‌ ଉପରେ ୫୦୦୦ ଟଙ୍କା ଜରିମାନ କରାଯିବ ବୋଲି ‘ଏନ୍‌ଆଇଟି’ କହିଛି।

ସୂଚନାଯୋଗ୍ୟ, ୨୦୧୬ରେ ‘ଟି-୨୦’ ବିଶ୍ବ କପ୍‌ ସେମି-ଫାଇନାଲ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହେବା ପରେ ସ୍ଥାନୀୟ ଏବଂ ବାହାର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ କିଛି ଦିନ ପାଇଁ ‘ଏନ୍‌ଆଇଟି’କୁ ବନ୍ଦ ରଖାଯାଇଥିଲା।

Related Posts