ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ବଡ଼ ଧରଣର ଅଘଟଣ। ପାଟନାର ଗାନ୍ଧୀ ମୈଦାନରେ ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେଇ ଭାଷଣ ଦେଉଥିଲେ ନୀତୀଶ। ଏହି ସମୟରେ ହାତରେ ପୋଷ୍ଟର ନେଇ ଜଣେ ବ୍ୟକ୍ତି ହାଇ ସିକ୍ୟୁରିଟି ଏରିଆରେ ପଶିବାକୁ ଚେଷ୍ଟା କରିଥିଲେ। ଏହାପରେ ସୁରକ୍ଷାକର୍ମୀ ତାକୁ କାବୁ କରିନେଇଥିଲେ। ପରେ ପୋଲିସ ତାକୁ କଷ୍ଟଡିରେ ନେଇଥିଲା।
କୁହାଯାଉଛି ଯେ, ବ୍ୟକ୍ତିଜଣଙ୍କ ବାପା ବିହାର ସେନା ପୋଲିସ(ବିଏମ୍ପି)ର ଯବାନ ଥିଲେ, କିଛି ବର୍ଷ ପୂର୍ବେ ଡ୍ୟୁଟିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଭଳି ସ୍ଥିତିରେ ବ୍ୟକ୍ତି ଜଣକ ଅନୁକମ୍ପା ଆଧାରରେ ସରକାରୀ ଚାକିରୀ ମାଗୁଥିଲେ। ବ୍ୟକ୍ତି ଜଣକ ହାତରେ ପୋଷ୍ଟର ଥିଲା, ଏଥିରେ ସେ ନିଜର ଦାବି ଲେଖି ରହିଥିଲା। ନୀତୀଶ କୁମାର ଯେତେବେଳେ ତ୍ରୀରଙ୍ଗା ଉଡାଇବା ପରେ ସଭାକୁ ସମ୍ବୋଧିତ କରୁଥିଲେ, ସେତେବେଳେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ କଷ୍ଟଡିରେ ନେଇଥିଲେ। ପାଟନା ଜିଲ୍ଲା ପ୍ରଶାସନ ଏହି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।





