“ରାଜ୍ୟରେ ଗ୍ୟାସ୍‌ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ”

ଭୁବନେଶ୍ୱର:ଓଡ଼ିଶାରେ ଏଲପିଜି ସହ ପେଟ୍ରୋଲ୍ ଓ ଡିଜେଲ୍‌ର କୌଣସି ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭା ପରିସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଗ୍ୟାସ୍‌, ପେଟ୍ରୋଲ୍ ଓ ଡିଜେଲ୍‌ର ପ୍ରଚୁର ମହଜୁଦ୍‌ ରହିଛି ଏବଂ ଯୋଗାଣ ବ୍ୟବସ୍ଥା ସାମାନ୍ୟ ଭାବେ ଚାଲୁଛି। ଲୋକମାନେ ଅନାବଶ୍ୟକ ଭାବେ ଆତଙ୍କିତ ହେବାକୁ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ହୋଟେଲ୍‌ ଓ ବ୍ୟବସାୟିକ କ୍ଷେତ୍ର ସମ୍ପର୍କରେ ସେ କହିଛନ୍ତି ଯେ ସରକାର ପକ୍ଷରୁ ଆବଶ୍ୟକ ରନ୍ଧନ ଗ୍ୟାସ୍‌ର ୨୦ ଭାଗ ଦେଉଥିଲୁ ଆଉ ୨୦ ଭାଗ ବଢ଼ାଇଛୁ ଏବଂ ୫୦ ଭାଗ ଯୋଗାଇବାକୁ ସକ୍ଷମ ଅଛୁ। ଏହା ସହ ଘରୋଇ ଉପଭୋକ୍ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇନାହିଁ ବୋଲି ସେ କହିଛନ୍ତି।ଏହି ସୂଚନା ଦେଇ ମନ୍ତ୍ରୀ ଲୋକମାନଙ୍କୁ ନିଶ୍ଚିନ୍ତ ରହିବାକୁ ଆହ୍ୱାନ କରିଥିବା ବେଳେ ଯୋଗାଣ ବ୍ୟବସ୍ଥା ସୁଚାରୁ ଭାବେ ଚାଲୁଥିବା ଉପରେ ଜୋର ଦେଇଛନ୍ତି।

Related Posts