ଏଣିକି ଦିବ୍ୟାଙ୍ଗ ରାସନକର୍ଡଧରୀଙ୍କୁ ଘରେ ମିଳିବ ରାସନ୍ ; ଯିବାକୁ ପଡ଼ିବନି ଡିଲର ପଏଣ୍ଟ

ଭୁବନେଶ୍ୱର,୨୦/୧୦(ସତ୍ୟପାଠ ବ୍ୟୁରୋ):  ଏଣିକି ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।

ଦିବ୍ୟାଙ୍ଗ ରାସନ କାର୍ଡଧାରୀମାନେ ଦିଲରପୟେଣ୍ଟକୁ ଯାଇ ରାସନ ଆଣିବାକୁ ପଡ଼ିବ ନାହିଁ। ସରକାରଙ୍କ ତରଫରୁ ତାଙ୍କୁ ତାଙ୍କ ଘରେ ରାସନ ସାମଗ୍ରୀ ଯୋଗାଇଦିଆଯିବା ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଏହା ଦ୍ବାରା ଦିବ୍ୟାଙ୍ଗ ହିତାଧିକାରୀମାନେ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏବେ ଦିବ୍ୟାଙ୍ଗ ରାସନକାର୍ଡ ଧାରୀଙ୍କ ଘରେ ରାସନ ପହଂଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଯୋଗାଣ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଆଗକୁ ଚାଉଳ ଗହମ ରାସନ୍ କାର୍ଡଧାରୀଙ୍କୁ ଏକାଠି ମିଳିବ । ଥରେ ଟିପ ଚିହ୍ନ ଦେଇ ଲୋକେ ଚାଉଳ ଗହମ ଏକାସଙ୍ଗେ ନେଇପାରିବେ। ଏହାସହ କଣ୍ଟ୍ରୋଲ ଡିଲର୍ ମାନଙ୍କ କୋଭିଡ ବେଳର ବକେୟା ଆସନ୍ତା ସପ୍ତାହେ ଭିତରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Related Posts