ଏବେ ଖାଲି ଘର ଭାଙ୍ଗି ମୂର୍ତ୍ତି ତିଆରି କରୁଛନ୍ତି; କିଛି ନକହିଲେ ପୁରା ଦେଶକୁ ଭାଙ୍ଗିଦେବେ: ପ୍ରକାଶ ରାଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶାସକ ବିଜେପିର ବୁଲଡୋଜର ନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଏନେଇ ବିରୋଧୀ ବାରମ୍ବାର ବିଜେପିକୁ ଟାର୍ଗେଟ କରିବାରେ ଲାଗିଛି । ଏହା ମଧ୍ୟରେ ଅଭିନେତା ପ୍ରକାଶ ରାଜ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆଜି ଘର ଭାଙ୍ଗି ମୂର୍ତ୍ତି ତିଆରି କରୁଛନ୍ତି। କିଛି ନକହିଲେ ଆଗକୁ ଦେଶ ଭାଙ୍ଗିଦେବେ। ଏଭଳି ଲେଖି ହାସଟ୍ୟାଗ୍ ଦେବା ସହ ବାସ ପଚାରୁଛି ବୋଲି ଲେଖିଛନ୍ତି ପ୍ରକାଶ ରାଜ। ସେ ଏଭଳି ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ସେ ବିଜେପି ବିରୋଧୀ ମନ୍ତବ୍ୟ ଦେଇଛନ୍ତି ବୋଲି କହିଛନ୍ତି ।

ସେପଟେ ଅନେକ ପ୍ରଭାବଶାଳୀ ଚରିତ୍ରରେ ନଜର ଆସିଥିବା ପ୍ରକାଶ ରାଜ୍ ୧୯୯୮ରେ ହିଟଲର ଚଳଚ୍ଚିତ୍ରରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ‘ୱାଣ୍ଟେଡ୍’ର ଘନି ଭାଇଙ୍କ ଚରିତ୍ର ତାଙ୍କୁ ନୂଆ ପରିଚୟ ଆଣି ଦେଇଥିଲା। ସେ ଇନ୍ଦ୍ରପ୍ରସ୍ଥମ, ବନ୍ଧନମ୍, ଭିଆଇପି, ନନ୍ଦନୀ, ଶାନ୍ତି ଶାନ୍ତି ଶାନ୍ତି, ଆଜାଦ, ଗୀତା, ଋଷି, ଦୋସ୍ତ, ସିଙ୍ଘମ, ୱାଣ୍ଟେଡ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts