ଦେଶରେ ତଳମୁହାଁ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟା ମଧ୍ୟରେ ୩,୬୧୪ କରୋନା ମାମଲା ଚିହ୍ନଟ, ୮୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଖସୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା | କ୍ରମାଗତ ଭାବେ ଏବେ ଦେଶରେ ସଂକ୍ରମଣ କମୁଥିବା ବେଳେ, ଗତ ୨୪ ଘଣ୍ଟା ମଧ୍ୟରେ ୩,୬୧୪ କରୋନା ମାମଲା ରିପୋର୍ଟ ରହିଛି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଛି ତଥ୍ୟ | ଗତକାଲି ଅପେକ୍ଷା ଆଜି ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି ଏବଂ ୮୯ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୪୦,୫୫୯ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଗତ ୨୪ ଘଣ୍ଟାରେ ୫ ହଜାର ୧୮୫ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଏଥିସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪,୨୪,୩୧,୫୧୩ କୋଟିରେ ପହଞ୍ଚିଛି।

ଆଇସିଏମ୍ଆର କହିଛି ଯେ ଗତକାଲି ଭାରତରେ ୮ ଲକ୍ଷ ୨୧ ହଜାର ୧୨୨ ନମୁନା ପରୀକ୍ଷା କରାଯାଇଛି । ଏଥି ସହିତ ମହାମାରୀ ଆରମ୍ଭରୁ ଦେଶରେ ମୋଟ ୭୭.୭୭ କୋଟି ନମୁନା ପରୀକ୍ଷା କରାଗଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୭୯ କୋଟି ୯୧ ଲକ୍ଷ ୫୭ ହଜାର ୪୮୬ ଡୋଜ୍ କରୋନା ଟିକା ଦିଆଯାଇଛି |

Related Posts