ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଓଡିଶା ସିମ୍କାର୍ଡ ପାକିସ୍ତାନରେ ଅପରେଟ୍ ଘଟଣାରେ ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା । ଶନିବାରଠୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସ୍ଟିଏଫ୍ । ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ISI ଏଜେଣ୍ଟଙ୍କ ସହ ସମ୍ପର୍କ ଥିଲା ।
ତଦନ୍ତ ବେଳେ ଏସଟିଏଫକୁ ସାଙ୍ଘାତିକ ତଥ୍ୟ ମିଳିଛି। କେଉଁ କେଉଁ ଅଞ୍ଚଳରୁ ସିମ୍ କାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ । କେବେଠାରୁ ପାକିସ୍ତାନ ISI ଏଜେଣ୍ଟ ଲିଙ୍କରେ ଥିଲେ ଚାଲିଛି ଖୋଳତାଡ଼ । ପୂର୍ବରୁ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ମାମଲା ରହିଛି ।
ସେପଟେ ଟେଲିକମ୍ ପ୍ରୋଭାଇଡରଙ୍କୁ ମଧ୍ୟ ଏସ୍ଟିଏଫ୍ ସ୍କାନରକୁ ନେଇଛି । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଚିଠି ଲେଖାଯାଇଛି । ରିମାଣ୍ଡ ସମୟରେ ଆତଙ୍କୀ ଲିଙ୍କ୍ ନେଇ ବ୍ୟାପକ ଖୋଳତାଡ଼ ହେବ ।





