ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ହେଲେ ରଂଜିତ ପାତ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଦଳିଛନ୍ତି ରାଜ୍ୟର ଯୁବ କଂଗ୍ରେସ ସଭାପତି। ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ରଂଜିତଙ୍କୁ ସଭାପତି ଭାବେ ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ନିଯୁକ୍ତ କରିଛନ୍ତି। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ଯୁବ କଂଗ୍ରେସ ଉପସଭାପତି ଭାବେ ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଯୁବ କଂଗ୍ରେସ କମିଟି ପାଇଁ ନିର୍ବାଚନ ହୋଇଥିଲା। ସାଧାରଣ ସମ୍ପାଦକ ଓ ସମ୍ପାଦକ ତାଲିକା ସ୍ପଷ୍ଟ ହୋଇଥିଲେ ସୁଦ୍ଧା ସଭାପତି କିଏ ହେବ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଏବେ ଏହି ଦ୍ବନ୍ଦ ଦୂର ହୋଇଛି।

Related Posts