‘ପରିବାରର, ପରିବାର ଦ୍ୱାରା ଓ ପରିବାର ପାଇଁ’; ବିରୋଧୀଙ୍କ ବୈଠକକୁ ମୋଦିଙ୍କ ଟାର୍ଗେଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରର ବିଜେପି ସରକାର ବିରୋଧରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀ ୨୦୨୪ ପୂର୍ବରୁ ବେଙ୍ଗାଲୁରୁରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ବୈଠକ ହୋଇଛି। ତେବେ ବିରୋଧୀଙ୍କ ବୈଠକକୁ ପ୍ରଧାନମନ୍ତ୍ରୀ ମୋଦି କଟାକ୍ଷ କରିଛନ୍ତି।ବିରୋଧୀ ଦଳ ଗୁଡ଼ିକ ଦେଶର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ବିରୋଧୀ ଦଳଗୁଡ଼ିକ ବଂଶବାଦ ରାଜନୀତିର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏହି ସବୁ ଦଳଗୁଡ଼ିକର ଗୋଟିଏ ଲକ୍ଷ୍ୟ ହେଲା ପରିବାରର, ପରିବାର ଦ୍ୱାରା ଓ ପରିବାର ପାଇଁ।”

ପୋର୍ଟ ବ୍ଲେୟାର ଏୟାରପୋର୍ଟର ନୂଆ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲଡିଂ ଉଦଘାଟନ କରି ମୋଦି ଆହୁରି କହିଛନ୍ତି, ଗଣତନ୍ତ୍ରରେ ସବୁ କିଛି ଲୋକ ମାନଙ୍କ ପାଇଁ, ଲୋକଙ୍କ ମାନଙ୍କ ଦ୍ୱାରା ହୋଇଥାଏ। କିନ୍ତୁ ବଂଶବାଦକୁ ପ୍ରୋତ୍ସାହିତ କରୁଥିବା ଦଳଗୁଡ଼ିକ ପାଇଁ ସବୁ କିଛି ପରିବାରର, ପରିବାର ଦ୍ୱାରା ଓ ପରିବାର ପାଇଁ। ସେମାନଙ୍କ ପାଇଁ ପରିବାର ଆଗ, ଦେଶ କିଛି ନୁହଁ। ଏହା ହିଁ ସେମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଲୋକମାନେ କହୁଛନ୍ତି ବିରୋଧୀଙ୍କ ବୈଠକ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଇଛି। ଏହି ନେତାମାନେ ୨୦ ଲକ୍ଷ କୋଟି ଟଙ୍କା ଦୁର୍ନୀତିର ଗ୍ୟାରେଣ୍ଟି ଦେଇପାରିବେ। ଆଜିଠାରୁ ହିଁ ଦେଶର ଲୋକମାନେ ଆମକୁ ୨୦୨୪ରେ ପୁଣି ଆଣିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। ତେଣୁ ଭାରତର ଦୁର୍ଦ୍ଦଶା ପାଇଁ ଦାୟୀ ଲୋକମାନେ ଏବେ ସେମାନଙ୍କ ଦୋକାନ ଖୋଲିବା ଆରମ୍ଭ କରିଛନ୍ତି।

୨୪ ପାଇଁ ୨୬ ହୋଇଥିବା ରାଜନୀତିକ ଦଳଗୁଡ଼ିକ ପାଇଁ ଏହା ଉପଯୁକ୍ତ। ସେମାନେ ଏବେ ଅଲଗା ଗୀତ ଗାଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ। କିଛି ଅଲଗା ଲେବଲ ସେମାନେ ଲଗାଇ ପାରନ୍ତି। କିନ୍ତୁ ଉତ୍ପାଦ ଆଉ କାହାର। ସେମାନଙ୍କ ଦୋକନରେ ଜାତିବାଦର ବିଷ ଓ ବ୍ୟାପକ ଦୁର୍ନୀତିର ଗ୍ୟାରେଣ୍ଟ ରହିଛି। ଏବେ ସେମାନେ ବେଙ୍ଗାଲୁରୁରେ ଅଛନ୍ତି।

ଦେଶର ଲୋକମାନେ କହୁଛନ୍ତି ଏହା ଏକ କଟର ଭ୍ରଷ୍ଟାଚାର ସମ୍ମିଳନୀ। ଉକ୍ତ ବୈଠକର ଆଉ ଏକ ସ୍ୱତନ୍ତ୍ରତା ହେଲା କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଲୋକଙ୍କୁ ବଡ଼ ସମ୍ମାନ ଦିଆଯାଉଛି। ଯଦି ପୂରା ପରିବାର ଜାମିନରେ ମୁକୁଳିଥାଆନ୍ତେ, ତା’ହେଲେ ସେମାନଙ୍କୁ ଆହୁରି ସମ୍ମାନ କରାଯିବ। ଯଦି କେହି ଗୋଟିଏ ସଂପ୍ରଦାୟକୁ ଅପମାନିତ କରିବେ ଓ କୋର୍ଟ ଦ୍ୱାରା ଦଣ୍ଡ ପାଇବେ, ତାଙ୍କୁ ମଧ୍ୟ ସମ୍ମାନ କରାଯିବ ବୋଲି ମୋଦି କହିଛନ୍ତି।

Related Posts