ଅଲିମ୍ପିକ୍ସ 2024; ପ୍ରଥମ ପ୍ରୟାସରେ ଜାଭେଲିନ ଫାଇନାଲରେ ନୀରଜ

ଭୁବନେଶ୍ୱର,୬/୮(ସତ୍ୟପାଠ ବ୍ୟୁରୋ): ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି। ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ। 

କିନ୍ତୁ ଗ୍ରୁ ବିରେ ଥିବା ନୀରଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା।

ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ସେ ଚଳିତ ଅଲିମ୍ପିକ୍ସରେ ୯୦ ମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରରେ ବର୍ତ୍ତମାନ ନୀରଜ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୀରଜଙ୍କ ଜାଭେଲିନ ଥ୍ରୋ ଫାଇନାଲ ଆସନ୍ତା ୮ ତାରିଖରେ ହେବ।

Related Posts