ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ବି ଚାଲିପାରିଲାନି ବିଧାନସଭା ଗୃହକାର୍ଯ୍ୟ । ଶୀତଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିବାରୁ ପ୍ରଶ୍ନକାଳ ସମ୍ଭବ ହୋଇନଥିଲା ।
ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟହାର କରିବା ଦାବିରେ ହୋହାଲ୍ଲା କରିଛନ୍ତି | ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ରତିବାଦ କରିବା ସହିତ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ମିଳିଛି |





