ପାଞ୍ଚଟି ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ କେବଳ ଗାନ୍ଧୀ ପରିବାର ହିଁ ଦାୟୀ: କ୍ୟାପଟେନ ଅମରିନ୍ଦର ସିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଏପରିକି କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଚାବରେ ମଧ୍ୟ କଂଗ୍ରେସକୁ ହାରର ସାମ୍ନାକୁ କରିବାକୁ ପଡ଼ିଥିଲା । ଏହା ମଧ୍ୟରେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ତଥା ବର୍ତ୍ତମାନ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ ଅମରିନ୍ଦର ସିଂ ଗାନ୍ଧୀ ପରିବାକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠଳରେ ପଞ୍ଜାବରେ କଂଗ୍ରେସର ପରାଜୟ ପାଇଁ ଅମରିନ୍ଦରଙ୍କୁ ଦୋଷ ଦେବାକୁ ଉଦ୍ୟମ ହୋଇଥିବାରୁ ସେ ଏହାର କଡ଼ା ସମାଲୋଚନା କରିଛନ୍ତି । ଏବଂ ଗାନ୍ଧୀ ପରିବାରର ନେତୃତ୍ୱ ଉପରୁ ଦେଶବାସୀଙ୍କ ଆସ୍ଥା ଉଙ୍ଖିଗଲାଣି ବୋଲି କହିଛନ୍ତି ।

କଂଗ୍ରେସ କେବଳ ପଞ୍ଜାବରେ ହାରିନାହିଁ ବରଂ ୟୁପି, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁରରେ ହାରିଛି । ଦଳର ପରାଜୟ ପାଇଁ କେବଳ ଗାନ୍ଧୀ ପରିବାର ହିଁ ଦାୟୀ ବୋଲି କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି । ସେପଟେ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ସହ ଦୀର୍ଘ ଦିନ ବିବାଦ ଲାଗି ରହିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଦଳ ଚରଣଜିତ ସିଂ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଥିଲା । ଅନ୍ୟପଟେ ବିଧାନସଭା ନିର୍ବାଚନରେ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବହୁମତ ହାସଲ କରି ଚନ୍ନି ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ବହିଷ୍କାର କରିଛି।

Related Posts