ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ୱ ପରିବର୍ତ୍ତନକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି । ବିଶେଷକରି ଜି-୨୩ର ନେତାମାନେ । ସେପଟେ ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଛାଡ଼ିଯାଉଥିବାବେଳେ ଚିନ୍ତାରେ ହାଇକମାଣ୍ଡ ମଧ୍ୟ ଅଛନ୍ତି । ଗତକାଲି ପାଞ୍ଚଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବରିଷ୍ଠ ନେତା କପିଲ ସିବଲଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କପିଲ ସିବଲ କଂଗ୍ରେସ ସଂସ୍କୃତିର ବ୍ୟକ୍ତି ନୁହଁନ୍ତି। ମୁଁ ତାଙ୍କଠାରୁ ଏହା ଆଶା କରି ନ ଥିଲି । ସେ କେଉଁ ପ୍ରକାର ଭାଷା କହୁଛନ୍ତି, ତାଙ୍କର ଏପରି ଚିନ୍ତାଧାରା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଶୋକ ଗେହଲୋଟ କହିଛନ୍ତି । କେବଳ ଏତିକି ନୁହେଁ ବରଂ କଂଗ୍ରେସକୁ କେବଳ ଗାନ୍ଧୀ ପରିବାର ହିଁ ଏକଜୁଟ କରି ରଖିପାରିବେ । ତାଙ୍କ ନେତୃତ୍ୱରେ ହିଁ ଏହା ସମ୍ଭବ । ତାଙ୍କ ଉପରେ ଏହି ବିଶ୍ୱାସ ରହିଛି ତେଣୁ ଆଜି ପ୍ରତ୍ୟେକ କଂଗ୍ରେସ କର୍ମୀ ତାଙ୍କ ସହିତ ଅଛନ୍ତି ।
କପିଲ ସିବଲ କଂଗ୍ରେସ ସଂସ୍କୃତିର ବ୍ୟକ୍ତି ନୁହଁନ୍ତି। ସେ ଜଣେ ମହାନ ଓକିଲ। ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦ ଏବଂ ରାହୁଲ ଗାନ୍ଧୀଙ୍କ ସହଯୋଗରେ ତାଙ୍କୁ ଅନେକ ସୁଯୋଗ ମିଳିଛି। ସେ ଦଳର ମୁଖପାତ୍ର ମଧ୍ୟ ରହିଛନ୍ତି ଏବଂ ତାଙ୍କ ମୁଖରୁ ଏପରି ଶବ୍ଦ ବାହାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗେହଲୋଟ କହିଛନ୍ତି । ଏହା ସହ କପିଲ ସିବଲ କଂଗ୍ରେସର ଏବିସିଡି ମଧ୍ୟ ଜାଣି ନାହାଁନ୍ତି। ମନ୍ତ୍ରୀ ହେବା ଏକ ଭିନ୍ନ ବିଷୟ, କିନ୍ତୁ କଂଗ୍ରେସର ସଂସ୍କୃତିକୁ ସମ୍ମାନ ଦେବା ଉଚିତ୍ । ଗତ ୩୦ ବର୍ଷ ମଧ୍ୟରେ ଗାନ୍ଧୀ ପରିବାରର କେହି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି। ତେଣୁ ଦେଶବାସୀ ମଧ୍ୟ ଜାଣିଛନ୍ତି କଂଗ୍ରେସକୁ କେବଳ ଗାନ୍ଧୀ ପରିବାର ନେତୃତ୍ୱରେ ହିଁ ଏକଜୁଟ କରାଯାଇପାରିବ ଏବଂ ଗାନ୍ଧୀ ପରିବାରର ନେତୃତ୍ୱରେ ହିଁ କଂଗ୍ରେସ ଶାସକ ବିଜେପିକୁ ହରାଇବ । ସେପଟେ କପିଲ ସିବଲଙ୍କ ମନକୁ ଏସବୁ ଜିନିଷ କାହିଁକି ଆସେ? ହତାଶାରେ ସେମାନେ କାହିଁକି ଏପରି କଥାବାର୍ତ୍ତା କରନ୍ତି ତାହା ମୋର ବୁଝିବା ବାହାରେ।
ସିବଲ କହିଛନ୍ତି ଯେ ଗାନ୍ଧୀ ପରିବାର ଦଳ ଛାଡି ଅନ୍ୟ ନେତାଙ୍କୁ ଦଳର ନେତୃତ୍ୱ ନେବାକୁ ସୁଯୋଗ ଦିଅନ୍ତୁ। କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏକି ବିଜେପି ସହିତ ଲଢ଼ିପାରିବ ବୋଲି ଗେହଲୋଟ୍ ଦାବି କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି। ଆଜି ଦେଶର ଲୋକମାନେ ମଧ୍ୟ ଚିନ୍ତିତ ଅଛନ୍ତି ଯେ କଂଗ୍ରେସ ଭଳି ଦଳ ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ଶକ୍ତିଶାଳୀ ହେବା ଉଚିତ୍। ରାହୁଲ ଗାନ୍ଧୀ ଏକାକୀ ପ୍ରଧାନମନ୍ତ୍ରୀଙ୍କ ନୀତି ଓ କାର୍ଯ୍ୟ ବିରୁଦ୍ଧରେ ଲଢ଼ୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶକୁ କେବଳ ଦୁଇଜଣ ବ୍ୟକ୍ତି ଶାସନ କରୁଛନ୍ତି ଏବଂ ସେମାନଙ୍କ ଆଭିମୁଖ୍ୟ ଅତ୍ୟନ୍ତ ବିପଜ୍ଜନକ। ମୁଁ ଭାବୁଛି ଦଳରେ ମୁହଁ ଅଛି। ଏହି ଉପାୟ ଦେଶ ପାଇଁ ବିପଜ୍ଜନକ, ଅତ୍ୟନ୍ତ ବିପଜ୍ଜନକ ଜ୍ଝ ଲୋକମାନେ ଏହା ମଧ୍ୟ ବୁଝୁଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।





