ଅପରେସନ ‘ନେତ୍ର’କୁ ବଡ଼ ସଫଳତା: ମାରଣାସ୍ତ୍ର ଚାଲାଣକାରୀ ଗ୍ୟାଙ୍ଗକୁ କାବୁ କଲା ବ୍ରଜରାଜନଗର ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ଜିଲ୍ଲାରେ ଅପରେସନ ‘ନେତ୍ର’କୁ ବଡ଼ ସଫଳତା। ଏକ ମାରଣାସ୍ତ୍ର ଚାଲାଣକାରୀ ଗ୍ୟାଙ୍ଗକୁ କାବୁ କରିଛି ବ୍ରଜରାଜନଗର ପୋଲିସ। ସେମାନଙ୍କ ପାଖରୁ ୩ଟି ବନ୍ଧୁକ ଏବଂ ୭ ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ୍ ଫୋନ୍ ଜବତ କରିବା ସହିତ ତିନି ଜଣ ଅପରାଧୀଙ୍କୁ ଅଟକ ରଖାଯାଇଛି । ବ୍ରଜରାଜନଗର ଥାନାରେ 25(1)(A) Arms Act ଅଧୀନରେ 15/26 ଏବଂ 17/26 ରେ ଦୁଇଟି ମାମଲା ରୁଜୁ କରିଛି ପୋଲିସ।

ଅଟକ ଅପରାଧୀମାନେ ହେଲେ ବ୍ରଜରାଜନଗରର ସୌରଭ ଯାଦବ, ଆଦିତ୍ୟ ଶର୍ମା ଓ ତୁଷାର ପଟ୍ଟନୟକ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର। ସଶସ୍ତ୍ର ଅପରାଧୀଙ୍କ ପ୍ରତି ପୋଲିସର ଶୂନ୍ୟ ସହନଶୀଳତା ରହିଛି ବୋଲି ସେ କହିବା ସହିତ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ପରିହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Related Posts