ଭୁବନେଶ୍ୱର: ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପ୍ରଶ୍ନ ପୁନର୍ବାର ଚର୍ଚ୍ଚାରେ ଆସିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତରରେ ପ୍ରକାଶ ପାଇଛି ଯେ, ୨୦୨୫ ମସିହାରେ ରାଜ୍ୟରେ ମୋଟ ୩୨,୬୮୭ଟି ମହିଳା ବିରୋଧୀ ହିଂସା ମାମଲା ପଞ୍ଜିକୃତ ହୋଇଛି।ଏହି ତଥ୍ୟ ଅନୁସାରେ, ୭,୩୭୮ ମହିଳାଙ୍କୁ ଅପହରଣ କରାଯାଇଥିବା ବେଳେ ୭,୩୮୨ ଜଣ ଅସଦାଚରଣର ସମ୍ମୁଖୀନ ହୋଇଛନ୍ତି। ସେହିପରି ୧,୧୮୩ଟି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ୫,୪୧୯ଟି ଅଣ-ଯୌତୁକ ନିର୍ଯାତନା ଘଟଣା ମଧ୍ୟ ରେକର୍ଡ ହୋଇଛି।ତଦୁପରି, ୪,୩୬୧ଟି ଯୌତୁକ ନିର୍ଯାତନା ଓ ୨,୯୯୪ଟି ଦୁଷ୍କର୍ମ ମାମଲା ମଧ୍ୟ ଗତ ବର୍ଷରେ ରୁଜୁ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।ଏହି ଆକ୍ରମକ ସଂଖ୍ୟା ରାଜ୍ୟରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି। ସମାଜର ବିଭିନ୍ନ ମହଳରୁ ମହିଳାଙ୍କ ସୁରକ୍ଷା ପାଇଁ ଆହୁରି କଡା ପଦକ୍ଷେପ ନେବାକୁ ଦାବି ହେଉଛି।





