ହୃଦଘାତରେ ଆଖି ବୁଜିଲେ ପାକିସ୍ତାନର ପୂର୍ବତନ ଖ୍ୟାତନାମା ଅମ୍ପାୟାର ଆସାଦ ରୌଫ୍‌

ନୂଆଦିଲ୍ଲୀ : ଆଉ ନାହାନ୍ତି ପାକିସ୍ତାନର ପୂର୍ବତନ ଖ୍ୟାତନାମା ଅମ୍ପାୟାର ଆସାଦ ରୌଫ୍‌ । ବୁଧବାର ବିଳମ୍ୱିର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମାତ୍ର ୬୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ରୌଫ୍‌ । ଆସାଦଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ ତାହିର ରୌଫ୍‌ । ପଡିଆ ମଧ୍ୟରେ ମ୍ୟାଚ୍‌ ପରିଚାଳନାରେ ବେଶ୍‌ ପାରଙ୍ଗମ ଥିଲେ ଆସାଦ ।

ପାକିସ୍ତାନୀ ଗଣମାଧ୍ୟମକୁ ସୂଚନା ଦେଇ ତାହିର ରୌଫ୍‌ କହିଛନ୍ତି, ଲାହୋରର ଲାଣ୍ଡା ବଜାରରେ ଥିବା ତାଙ୍କର ପୋଷାକ ଦୋକାନ ବନ୍ଦକରି ବୁଧବାର ରାତିରେ ଘରକୁ ଫେରିଥିଲେ ଆସାଦ ରୌଫ୍‌ । ଘରେ କିଛି ସମୟ ରହିବା ପରେ ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିବା କହିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ ସୁଦ୍ଧା ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ବେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି ।

Related Posts